News

ଦିଗ ବଦଳାଇ ଓଡିଶା ଆଡକୁ ମୁହାଁଇଲା ସାମୁଦ୍ରିକ ବାତ୍ୟା ‘ଫନି’

ଭୟାନକ ରୂପ ନେଉଛି ବାତ୍ୟା ‘ଫନି ‘। ସାମୁଦ୍ରିକ ଝଡ ଫନି ଅଧିକ ଘନୀଭୂତ ହୋଇ ଭୀଷଣ ଓ ପରେ ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସମୁଦ୍ର ମଧ୍ୟରେ ଫନି ଦିଗ ଓ ଗତି ପରିବର୍ତ୍ତନ କରବ ବୋଲି ଆଶଙ୍କା କରାଯାଉଛି । ଏହା ଉତ୍ତର ଓ ଉତ୍ତର- ପୂର୍ବ  ଦିଗରେ ଗତି କରିବା ସହ ସମୁଦ୍ର ମଧ୍ୟରେ ଶକ୍ତିଶାଳୀ ହେବ । ଏଥିଯୋଗୁଁ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ  ଉପକୂଳବର୍ତ୍ତୀ ଅଞ୍ଚଳରେ ମେ ୧ ତାରିଖରେ ପ୍ରବଳ ବର୍ଷା ସହ ପବନ ବହିବ ।

ଓଡିଶା ମୁହାଁ ହୋଇପାରେ ‘ଫନି’

ପାଣିପାଗ ବିଭାଗ ସନ୍ଦେହ କରୁଛି ଫନି ଓଡିଶା ମୁହାଁ ହୋଇପାରେ। ତେବେ ଯଦି ଏ ଆଶଙ୍କା ସତ ହୁଏ ଏବେ ବାତ୍ୟା ପ୍ରକୋପରୁ ବର୍ତ୍ତୀ ପାରିବନି ଓଡିଶା।  ବର୍ତ୍ତମାନ ଏହା ପୁରୀ ଠାରୁ ୧୩୧୧ କିଲୋମିଟର ଦୂରରେ ଅବସ୍ଥିତ । ଏହା ବିଶାଖାପାଟଣାରୁ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ପାଖାପାଖି ୧୮୫ କିମି ବେଗରେ ପବନ ବୋହିବ । ଏହାର ପ୍ରଭାବରେ ମେ ୨ ତିରଖରେ ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ ।

ପଢନ୍ତୁ: କେନ୍ଦ୍ରାପଡାରେ ଟଙ୍କା ବାଣ୍ଟୁଛି ବିଜେଡ଼ି

Related posts

ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନାରେ କନ୍ଧମାଳରେ କ୍ୟାଣ୍ଡେଲ ରାଲି

ENO Beuro

ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣୀ, ଖଣ୍ଡପୀଠରୁ ଓହରିଗଲେ ଜଷ୍ଟିସ୍‌ ଲଳିତ

ENO Beuro

କଟକ ସହରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ

ENO Beuro

Leave a Comment