News

ଓଡିଶା ଛୁଇଁଲା ‘ଡାଏ’,ଆଜି ବି ପ୍ରବଳ ବର୍ଷା

daye

ଟଳିଲା ବାତ୍ୟା ଆଶଙ୍କା । ସାମୁଦ୍ରିକ ଝଡ ‘ଡାଏ’ ଗତକାଲି ବିଳମ୍ବିତ ରାତିରେ ଗୋପାଳପୁରରେ ଲ୍ୟାଣ୍ଡଫଲ୍ କରିବା ପରେ ଗୋପାଳପୁର ସହିତ ଆଖପାଖ ଅଂଚଳରେ ପ୍ରବଳ ବର୍ଷିଛି । ରାଜ୍ୟ ସାରା ବର୍ଷା ଜାରି ରହିଥିବାବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ଦେଖାଯାଇଛି । ବର୍ତମାନ ଭବାନୀପାଟଣା ଦେଇ ଗତି କରୁଥିବା ଏହି ସାମୁଦ୍ରିକ ଝଡ ଧିରେ ଧିରେ ଛତିଶଗଡ ମୁହାଁ ହେଉଥିବା ସୂଚନା ମିଳିଛି।

daye

ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦସଙ୍କେତ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ସହ ୦.୦୫ ମିଟର ଉଚ୍ଚତାରେ ଜୁଆର ଉଠିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ସାମୁଦ୍ରିକ ଝଡ଼ ‘ଡାଏ’ର ପ୍ରଭାବରେ କେତେକ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି। ତେବେ ଧୀରେ ଧୀରେ ପବନ ବେଗ ହ୍ରାସ ପାଇବ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ। ଏହାକୁ ଦୃଷ୍ଟିରେ ରଖି ପୁରୀ ଓ ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଚାନ୍ଦବାଲି ଓ ପାରାଦୀପ ବନ୍ଦରରେ ୬ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ପଢନ୍ତୁ;ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

 

Related posts

ଗ୍ରାଣ୍ଡ ହେବ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ

Ratnamani Moharana

ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶ କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ENO Beuro

ବୀମା ନିୟାମକ କ୍ଷେତ୍ରରେ ଭାରତ, ଆମେରିକା ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ENO Beuro

Leave a Comment