News

ତୀବ୍ର ଅବପାତ ରୂପ ନେଲା ଲଘୁଚାପ, ଆଜି ରାତିରେ ଝଡ଼ବାତ୍ୟା ଆଶଙ୍କା

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଆଜି ସଂଧ୍ୟା ସୁଦ୍ଧା ସୁଦ୍ଧା ଅବପାତ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଲୋକଙ୍କୁ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

strom ଲଘୁଚାପ ତୀବ୍ର ଅବପାତ ରୂପ ନେଲା ଲଘୁଚାପ, ଆଜି ରାତିରେ ଝଡ଼ବାତ୍ୟା ଆଶଙ୍କା strom

ଆଜି ସକାଳୁ ଲଘୁଚାପ ବଳୟ ପଶ୍ଚିମ ଦିଗରେ ଘଣ୍ଟାକୁ ୧୫ କିମି ବେଗରେ ଗତି କରି କଳିଙ୍ଗପଟ୍ଟନ୍‍ମ ନିକଟରେ ସମୁଦ୍ର ଉପରେ ଗୋପାଳପୁରଠାରୁ ୩୦୦ କିମି ଦୂର ପୂର୍ବ-ଦକ୍ଷିଣ ଦିଗରେ ଘନୀଭୂତ ହୋଇଛି। ଆସନ୍ତା ୧୨ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ରାତି ସୁଦ୍ଧା ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍‍ ଓ ଓଡ଼ିଶାର ପୁରୀ ଓ ଗୋପାଳପୁର ଉପକୂଳ ଦେଇ ଗତି କରିବ। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଓ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଘଣ୍ଟାକୁ ୬୦ ରୁ ୮୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।

ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଉପକୂଳବର୍ତ୍ତୀ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଜଗତ୍‌ସିଂହପୁରରେ ୯୦.୪ ମିମି ବର୍ଷା ହୋଇଥିବା ବେଳେ କେନ୍ଦ୍ରପଡ଼ାରେ ୫୯.୯, ବାଲେଶ୍ୱରରେ ୫୨ ମିମି ବର୍ଷା ରେକର୍ଡ କରାଯାଇଛି। ପୁରୀରେ ୩୮.୪ ମିମି, କଟକ ୩୭, ଭଦ୍ରକ ୩୬.୭, ଯାଜପୁର ୩୩.୭, ଖୋର୍ଦ୍ଧାରେ ୩୧.୭ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନ୍ୟ ଜିଲାଗୁଡ଼ିକରେ ୨୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ପଢନ୍ତୁ; ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

Related posts

ଯାତ୍ରୀଙ୍କ ହୃଦଘାତ ଯୋଗୁଁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନର ଜରୁରୀ ଅବତରଣ

ENO Beuro

ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରିପାରେ

ENO Beuro

ପେଟ୍ରୋଲ ଡିଜେଲ ପରେ ବଢ଼ିଲା ରନ୍ଧନ ଗ୍ୟାସ୍‌ ମୂଲ୍ୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More