News

ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’,୧୦୦ ରୁ ୧୩୫ କିମି ରହିବ ପବନର ବେଗ

୧୧ରେ ଗୋପାଳପୁରରେ ମାଡ ହେବ ‘ତିତ୍‌ଲି’

ଭୟାନକ ରୂପ ନେଉଛି ବାତ୍ୟା ତିତ୍‌ଲି। ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି ତିତ୍‌ଲି। ଆସନ୍ତାକାଲି ସକାଳେ ଏହା ଓଡ଼ିଶା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହା ବର୍ତ୍ତମାନ ଗୋପାଳପୁରଠାରୁ ୩୭୦ କିଲୋମଟିର ଦୂରରେ ରହିଛି।

titil ତିତ୍‌ଲି ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’,୧୦୦ ରୁ ୧୩୫ କିମି ରହିବ ପବନର ବେଗ titil

ତେବେ ଏହାର ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ସକାଳ ୧୧ଟା ସୁଦ୍ଧା ଏହା ଓଡ଼ିଶା ଉପକୂଳ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୫ କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଦକ୍ଷିଣ ଓଡ଼ିଶା ସମେତ ୫ ଉପକୂଳ ଜିଲା ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାରେ ତାଣ୍ଡବ ରଚିବ। ଜିଲାଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୫ ଜିଲାକୁ ରେର୍ଡ ଆଲର୍ଟ ଜାରି କରାଯାଇଛି। ଏଥିସହ ୪ ଜିଲାର ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏହି ସମୟରେ ପବନର ବେଗ ଅଧିକ ରହୁଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ବାତ୍ୟା ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସବୁ ବନ୍ଦରରେ ୪ନମ୍ବର ବିପଦସଙ୍କେତ ଜାରି କରାଯାଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ମୁଖ୍ୟ ଏଚ.ଆର.ବିଶ୍ୱାସ ସୂଚନା ଦେଇଛନ୍ତି।

ପଢନ୍ତୁ; ଗୃହରୁ ନକରାତ୍ମକ ଶକ୍ତି ଦୂର କରିବାକୁ ଚାହୁଁଥିଲେ, ଏହି ସବୁ ଉପାୟ କରନ୍ତୁ

Related posts

କଳ୍ପନା ଛକରେ ବସ୍ ଦୁର୍ଘଟଣା,୭ ଆହତ

Krishna Kumar Manoj

ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ,ଜଳସ୍ତର ୬୧୦.୨୭ ଫୁଟ୍‌

Krishna Kumar Manoj

ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More