News

ଆସୁଛି ବାତ୍ୟା ତିତ୍‌ଲି,୭୦-୯୦ କିମି ବେଗରେ ବହିବ ପବନ

୧୦ ତାରିଖ ବେଳକୁ ଗୋପାଳପୁର ପାଖାପାଖି ହେବ

ମାଡି ଆସୁଛି ବାତ୍ୟା ତିତ୍‌ଲି । ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାରେ ପହଞ୍ଚିବା ସମ୍ଭାବନା ରହିଛି । ସାମୁଦ୍ରିକ ଝଡ଼ ଏବେ ଗୋପାଳପୁରଠାରୁ ବର୍ତ୍ତମାନ ୫୭୦ କିଲୋମିଟର ଦୂର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୫୩୦ କିଲୋମିଟର ଦୂରରେ ରହିଛି । ଡିପ-ଡିପ୍ରସେନର ରୂପ ନେଇଛି ଏହି ସାମୁଦ୍ରିକ ଝଡ଼ । ଏହା ୩୬ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତରପଶ୍ଚିମ ଆଡକୁ ମୁହାଁଇ ଓଡିଶା-ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଆଜିଠାରୁ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।

cyclone

ସୂଚନା ଅନୁସାରେ, ଆସନ୍ତା ୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ଦିନ ଦ୍ୱିପହର ଯାଏ ଓଡିଶାରେ ପବନ ବହିବ । ୧୧ ତାରିଖ ସକାଳେ ଦକ୍ଷିଣ ଓଡିଶା ଉପକୂଳରେ ୮୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୯ ତାରିଖରୁ ୧୧ ଯାଏ ବର୍ଷା ଏବଂ ୧୦ ତାରିଖରୁ ୧୧ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ୧୨ ତାରିଖରେ ଓଡିଶାରେ ବର୍ଷା ପରିମାଣ କମିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ,ପୁରୀ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ହୋଇପାରେ । ଆସନ୍ତାକାଲି ଅପରାହ୍ନରୁ ଉପକୂଳ ଓ ଉପକୂଳବର୍ତ୍ତୀ ସଂଲଗ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ହେବ।

ପଢନ୍ତୁ; ଆଜି ହରିଆନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

Related posts

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ୧୪୮ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

କ’ଣ ପ୍ରକୃତରେ ଅଟଳ ଜୀ ଆଉ ନାହାନ୍ତି? କେମିତି କହିଦେବି, କେମିତି ମାନିନେବି, ସେ ଆଉ ନାହାନ୍ତି ବୋଲି: ପ୍ରଧାନମନ୍ତ୍ରୀ

ENO Beuro

ଘରୋଇ ବସ୍ ମାଲିକ ସଂଘର ଘୋଷଣା : ମାର୍ଚ୍ଚ ୧୪ରୁ ବସ୍ ଧର୍ମଘଟ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More