News

ତିତ୍‌ଲି ସହାୟତା:ଏନଡିଆରଏଫରୁ ମଞ୍ଜୁର ହେଲା ୧୦୨୩.୫୯ କୋଟି

ତିତ୍‌ଲି ସହାୟତା ବାବଦକୁ କେନ୍ଦ୍ର ଆଜି ୧୦୨୩.୫୯ କୋଟି ମଞ୍ଜୁର କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

titil

ସାମୁଦ୍ରିକ ଝଡ ‘ତିତ୍‌ଲି’ ପ୍ରଭାବରେ ଓଡିଶା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ବର୍ଷା ଓ ଭୂସ୍ଖଳନ ଯୋଗୁ ରାଜ୍ୟରେ ୭୦ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୨୮ ବ୍ଲକର ୮୬୯୧ ଗ୍ରାମ ଓ ୩୬ଟି ପୌରାଞ୍ଚଳ ପ୍ରଭାବିତ ହୋଇଥିଲା। ପ୍ରାୟ ୬୦.୩୧ ଲକ୍ଷ ଲୋକ ଏଥିଯୋଗୁ ପ୍ରଭାବିତ ହୋଇଥିଲେ। ୫୭,୧୩୧ ବାସଗୃହ ନଷ୍ଟ ହୋଇଥିବା ବେଳେ ୨.୭୩ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା।

ତିତଲିରେ ୨୨ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ଦେଇଥିଲେ ରାଜ୍ୟ ସରକାର। କ୍ଷୟକ୍ଷତି ବାବଦରେ ଆଗୁଆ ହଜାରେ କୋଟି ଟଙ୍କାର ସହାୟତା ଦେବା ପାଇଁ ଅକ୍ଟୋବର ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପଢନ୍ତୁ; କୋହଲିଙ୍କୁ ନାସୀରୁଦ୍ଦିନଙ୍କ ସମାଲୋଚନା

Related posts

ଜାମିନ ଖାରଜ ପରେ ଆତ୍ମସମର୍ପଣ କଲେ ମହିମା ମିଶ୍ର

ENO Beuro

ବରିଷ୍ଠ ନାଗରିକଙ୍କ ପାଇଁ ସହାୟତା କେନ୍ଦ୍ର, ମିଳିବ ମନୋରଂଜନ ସହ ସାମାଜିକ କାର୍ଯ୍ୟକ୍ରମର ସୁବିଧା

ENO Beuro

ଆଲଜେରିଆରେ ବିମାନ ଦୁର୍ଘଟଣା : ୨୫୭ ମୃତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More