News

ତିତଲି ପ୍ରଭାବିତ ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

ତିତଲି ପ୍ରଭାବିତ ଲୋକଙ୍କୁ ସରକାର ଯୋଗେଇଦେବେ ସହାୟତ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ କୃଷି ଇନ୍ ପୁଟ୍ ସବସିଡି । ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ସବସିଡି ମିଳିବ । ହେକ୍ଟର ପିଛା ଅଣସେଚିତ ଜମି ପାଇଁ ୬୮୦୦ ଟଙ୍କା । ଜଳସେଚିତ ଜମି ପାଇଁ ୧୩ ହଜାର ୫ଶହ ଟଙ୍କା ସବସିଡି ମିଳିବ । ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ।

cm

ମୃତ ଗାଈ ଓ ମଇଁଷିଙ୍କ ପାଇଁ ୩୦ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ । ମୃତ ଛେଳି ପାଇଁ ୩ ହଜାର ଓ କୁକୁଡ଼ା ପାଇଁ ମିଳିବ ୫୦ ଟଙ୍କା ମିଳିବ । ଏହାବ୍ୟତୀତ ଆମ୍ବ, କଦଳୀ ଓ କାଜୁ ପାଇଁ ୩ ବର୍ଷ ପାଇଁ ସହାୟତା ମିଳିବ ।

୨୦୧୮ ଖରିଫ ବର୍ଷରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଅଞ୍ଚଳରେ ସ୍ୱଳ୍ପ ମିଆଦୀ ଖରିଫ୍ କୃଷି ଋଣର ଅବଧି ବଢ଼ିବ । ଏହା ମିଡ଼ଅମ୍ ଟର୍ମ ଲୋନ୍ କୁ ପରିବର୍ତ୍ତନ କରାଯିବ । ତିତଲି ପ୍ରଭାବିତ ଅଞ୍ଚଳର ସରକାରୀ ସ୍କୁଲରେ ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଏବଂ ପରୀକ୍ଷା ଫି’ ଛାଡ଼ କରାଯିବ ପ୍ରଭାବିତ ଅଞ୍ଚଳର ଏଇମେଣ୍ଟାରି ସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ସ୍କୁଲ ୟୁନିଫର୍ମ ଏବଂ ସ୍କୁଲ ପାଠ୍ୟପୁସ୍ତକ ଦିଆଯିବ ।

ପଢନ୍ତୁ; ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

Related posts

ବନ୍ଦର ଓ ଜାହାଜରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନୂତନ ଦରମା ଚୁକ୍ତିନାମା

ENO Beuro

ଗ୍ରାହକମାନଙ୍କ ପାଇଁ ଖୁସି ଖବର , ବିଦ୍ୟୁତ ସଂଯୋଗ ପାଇଁ ଲାଗୁ ହେବ ପୋର୍ଟାବିଲିଟି ବ୍ୟବସ୍ଥା

ENO Beuro

କୋହଲି, ମୀରାବାଈ ପାଇଲେ ଖେଳ ରତ୍ନ ,ନୀରଜଙ୍କ ସମେତ ୨୦ ଖେଳାଳିଙ୍କୁ ଅର୍ଜୁନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More