Loading...

ଓଡ଼ିଶା ପ୍ରତି ନାହିଁ ବାତ୍ୟା ବିପଦ

ଓଡ଼ିଶା ପ୍ରତି ନାହିଁ ବାତ୍ୟା ବିପଦ

ଆସନ୍ତା ୬ କିମ୍ବା ୭ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି।

ଆସନ୍ତା ୬ କିମ୍ବା ୭ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଘନୀଭୂତ ହୋଇ ୮ ତାରିଖରେ ଲଘୁଚାପରେ ପରିଣତ ହେବ। ମେ ୯ କିମ୍ବା ୧୦ ତାରିଖ ବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ। ଯଦି ବାତ୍ୟା ହୁଏ, ତା’ହେଲେ ଏହାର ନଁା ରହିବ ‘ମୋଚା’। ତେବେ ଏହାର ଗତି ଓ ବେଗ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି ) ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ଓ୍ବିଣ୍ଡ ଓ୍ବେଦର ଭଳି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପାଣିପାଗ ମଡେଲ ସୂଚନା ଅନୁଯାୟୀ ବାତ୍ୟା ବାଂଲାଦେଶ କିମ୍ବା ମ୍ୟାନ୍‌ମାର ଆଡ଼େ ମୁହଁାଇବା ଅଧିକ ସମ୍ଭାବନା ରହିଛି। ଓଡ଼ିଶା ପ୍ରତି ବିପଦ ନ ଥିବା କୁହାଯାଇଛି। 

ସୂଚନାନୁସାରେ, ଆସନ୍ତା ୬ ତାରିଖଯାଏ ରାଜ୍ୟର ଅଧିକାଂଶ ଜିଲାରେ କାଳବୈଶାଖୀଜନିତ ବର୍ଷା ହେବା ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ। ତେବେ ୭ ତାରିଖରୁ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେବ। ପାରଦ ଉପରମୁହଁା ହେବା ସହ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସକୁ ଟପିଯାଇପାରେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.