ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ଗତ ଦିନମାନଙ୍କରେ ଅନେକ ବାତ୍ୟା ସଂପର୍କରେ ଢେର୍ ଦିନ ଆଗରୁ ପୂର୍ବାନୁମାନ ହୋଇଛି ଓ ବିଳମ୍ବରେ ଆଇଏମଡି କର୍ତ୍ତୃପକ୍ଷ ଏ ସଂପର୍କରେ ସୂଚନା ଦେଇଛନ୍ତି। ଏଣୁ ଏଥର ସେମିତି ହେବନାହିଁ ତ?
ଅକ୍ଟୋବର ୨୨ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସମ୍ଭାବ୍ୟ ମହାବାତ୍ୟା ଆଶଙ୍କା ପ୍ରସଙ୍ଗଟି ଏବେ ପୂରା ଓଡ଼ିଶାକୁ ଆତଙ୍କିତ କରି ରଖିଛି। ଗୋଟିଏ ବିଦେଶୀ ସଂସ୍ଥାର ଏଭଳି ଆକଳନକୁ ନେଇ ଗଣମାଧ୍ୟମରେ ତୁହାକୁ ତୁହା ଖବର ପ୍ରକାଶ ପାଇବା ପରେ ଆଜି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଆଇଏମ୍ଡି ସ୍ପଷ୍ଟୀକରଣ ରଖିଛି। ଟ୍ବିଟ୍ କରି ଆଇଏମ୍ଡି କହିଛି ଯେ ଏଭଳି ‘ଗୁଜବ’ ଠାରୁ ଦୂରେଇ ରୁହନ୍ତୁ। ବାତ୍ୟା ସଂପର୍କରେ ପାଣିପାଗ ବିଭାଗ ପୂର୍ବରୁ କୌଣସି ପୂର୍ବାନୁମାନ କରାଯାଇନାହିଁ। ପାଣିପାଗ ସଂପର୍କରେ ସାତ ଦିନ ଆଗରୁ ପୂର୍ବାନୁମାନ ଆଦୌ ବିଜ୍ଞାନସମ୍ମତ ନୁହେଁ। ପାଣିପାଗ ସଂପର୍କରେ ସଠିକ୍ ସୂଚନା ଦେବା ପାଇଁ ଆମେ ୨୪ ଘଣ୍ଟା କାର୍ଯ୍ୟରତ ରହିଛୁ। ଆଇଏମ୍ଡିର ଏଭଳି ସ୍ପଷ୍ଟୀକରଣ ପରେ ପ୍ରସଙ୍ଗଟି ଥମିବା ବଦଳରେ ଏବେ ନୂଆ ରୂପ ନେଲାଣି। ରାଜ୍ୟବାସୀ ପୂରା ଆଶ୍ବସ୍ତ ହୋଇପାରୁନାହାନ୍ତି, ବରଂ ସମ୍ଭାବ୍ୟ ବାତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ିଛି ଓ ବିତର୍କ ବି ମୁଣ୍ଡଟେକିଲାଣି।
ବିଦେଶୀ ସଂସ୍ଥା ତଥା ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଜିଏଫ୍ଏସ୍ ମଡ଼େଲ କହିଛି ଯେ ବଙ୍ଗୋପସାଗରରେ ଅକ୍ଟୋବର ୨୨ରୁ ୨୫ ତାରିଖ ମଧ୍ୟରେ ବାତ୍ୟା ସୃଷ୍ଟି ହେବ ଏବଂ ଏହା ମହାବାତ୍ୟା (ସୀତାଙ୍ଗ ନାମ ରହିବ) ରୂପ ନେଇ ବିଶାଖାପାଟଣାରୁ ବଙ୍ଗଳାଦେଶ ମଧ୍ୟରେ ଯେ କୌଣସି ସ୍ଥାନରେ ସ୍ଥଳଭାଗକୁ ଛୁଇଁପାରେ। ତେଣୁ ଓଡ଼ିଶା ପ୍ରତି ବିପଦ ରହିଛି।ଏବେ ପ୍ରଶ୍ନ ଉଠୁଛି, ଆଇଏମ୍ଡି ୭ଦିନ ପାଇଁ ଯେତେବେଳେ ପୂର୍ବାନୁମାନ କରୁଛି, ସେତେବେଳେ ଏହାଠାରୁ ଢେର୍ ଦିନ ପରର ଏଭଳି ଗୋଟିଏ ପୂର୍ବାନୁମାନକୁ ପୂରା ଟାଳି ଦିଆଯାଇପାରିବ କି? ଦ୍ବିତୀୟତଃ ଗତ ଦିନମାନଙ୍କରେ ଅନେକ ବାତ୍ୟା ସଂପର୍କରେ ଢେର୍ ଦିନ ଆଗରୁ ପୂର୍ବାନୁମାନ ହୋଇଛି ଓ ବିଳମ୍ବରେ ଆଇଏମଡି କର୍ତ୍ତୃପକ୍ଷ ଏ ସଂପର୍କରେ ସୂଚନା ଦେଇଛନ୍ତି। ଏଣୁ ଏଥର ସେମିତି ହେବନାହିଁ ତ? ଏଇଥିପାଇଁ ବାତ୍ୟା ପ୍ରସଙ୍ଗକୁ ନେଇ ଓଡ଼ିଶାବାସୀ ଆଶ୍ବସ୍ତ ନୁହନ୍ତି କି ଚର୍ଚ୍ଚା ବି ଥମିବାର ନାଁ ଧରୁନାହିଁ। ଇତିମଧ୍ୟରେ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ଯେ ୧୭ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଓଡିଶାର କିଛି ସ୍ଥାନରେ ମଧ୍ୟମ
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।