News

ମାଡି ଆସୁଛି ସାମୁଦ୍ରିକ ଝଡ଼ ‘ସାଗର’ !

ଝଡ ସମୟରେ ପବନର ବେଗ ଘଣ୍ଟାପ୍ରତି ୬୫ ରୁ ୭୫ କି.ମି. ରହିବ

ମାଡି ଆସୁଛି ସାମୁଦ୍ରିକ ଝଡ ସାଗର । କିଛିଦିନ ହେବ ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ ତୋଫାନ ତାଣ୍ଡବ ଲୀଳା ସୃଷ୍ଟି କରିଥିବା ଏବେ ପୁଣି ଏକ ବାତ୍ୟାର ଆଶଙ୍କା ସୃଷ୍ଟି ହୋଇଛି । ନୂଆଦିଲ୍ଲୀ ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଆରବ ସାଗରର ୟେମେନ୍‌ ବେଳାଭୂମିରେ ଏକ ସାମୁଦ୍ରିକ ଝଡ଼ ଘନୀଭୂତ ହେବାରେ ଲାଗିଛି ।

ପାଣିପାଗ ବିଭାଗୀୟମାନେ ଏହି ଝଡ଼ର ନାଁ ଦେଇଛନ୍ତି ‘ସାଗର’ । ଏହା ଏବେ ଗଲଫ୍‌ ରାଷ୍ଟ୍ର ଓମାନ ଆଡ଼କୁ ମୁହେଁଇଛି ।  ଏହି ଝଡ ଧୀରେଧୀରେ ବାତ୍ୟାର ରୂପ ନେଇଛି । ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଝଡ ସମୟରେ ପବନର ବେଗ ଘଣ୍ଟାପ୍ରତି ୬୫ ରୁ ୭୫ କି.ମି. ରହିବ । ଏହି ଝଡ ଧୀରେଧୀରେ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଆଡ଼କୁ ଗତି କରିବ ।

ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ପଶ୍ଚିମ ମଧ୍ୟ ଓ ଦକ୍ଷିଣ- ପଶ୍ଚିମ ଆରବ ସାଗର ଅଞ୍ଚଳକୁ ନ ଯିବାକୁ ସର୍ତକ କରାଯାଇଛି । ପାଣିପାଗ ବିଭାଗକୁ କୁହାଯାଇଛି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଜୋର ରହିବ । ଆଉ ତା’ପରେ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଆଡ଼କୁ ଏହି ସାମୁଦ୍ରିକ ଝଡ଼ ଗତି କରିବ। ଆଉ ଧୀରେ ଧୀରେ ଏହା ଦୁର୍ବଳ ହେବ ।

ତେବେ ଭାରତ ଉପରେ ଏହାର ବିଶେଷ ପ୍ରଭାବ ପଡିବନାହିଁ ।  ଗୁଜରାଟ ଉପକୂଳରେ ଦୁଇ ନମ୍ବର ବିପଦସଙ୍କେତ ଜାରି କରାଯାଇଛି । ତେବେ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜାତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପଢନ୍ତୁ ;

ପ୍ରଥମ ଥର ଯୋଦ୍ଧା ଅବତାରରେ ନଜର ଆସିବେ ସନ୍ନି ଲିଓନ!

Related posts

୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌ ଅନୁସାରେ ଏବେ ଅନ୍ୟକୁ ଦେଇ ପାରିବେ ନିଜ ରେଳ ଟିକେଟ୍‌

ENO Beuro

ଜାତିସଂଘ ପକ୍ଷରୁ ମୋଦୀଙ୍କୁ ମିଳିଲା ଚାମ୍ପିୟନ୍ସ ଅଫ୍ ଆର୍ଥର ସମ୍ମାନ

ENO Beuro

ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More