ଆସୁଛି ହୋଲି, ଏଥର ହୋଲିକୁ ସୁରକ୍ଷିତ ଓ ସୁଖମୟ କରିବା ପାଇଁ କିଛି ଟିପ୍ସ
କେତେକ ରଙ୍ଗରେ ରାସାୟନିକ ପଦାର୍ଥ ମିଶିଥାଏ। ଯଦିବା ଭୁଲରେ ଏହା ଆଖି, ନାକ, ପାଟି ଦେଇ ଶରୀରରେ ପ୍ରବେଶ କରେ, ତେବେ ଗୁରୁତର ସମସ୍ୟା ଉପୁଜିପାରେ।
Loading...
ହିନ୍ଦୁ ସଂସ୍କୃତିରେ କର୍ପୂରର ଏକ ଧାର୍ମିକ ମହତ୍ୱ ରହିଛି। କର୍ପୂର ପୂଜା ବିଧିରେ ଲାଗିଥାଏ। ଏହା ସହ ଶୀତ ଦିନର ବସ୍ତ୍ର ରଖିବା ସମୟରେ କିମ୍ବା ବର୍ଷା ଦିନରେ ପୋକ ଜୋକ ବା ଦୁର୍ଗନ୍ଧରୁ ସୁରକ୍ଷା ପାଇଁ ଏହାକୁ ପ୍ରୟୋଗ କରାଯାଇଥାଏ।
ହିନ୍ଦୁ ସଂସ୍କୃତିରେ କର୍ପୂରର ଏକ ଧାର୍ମିକ ମହତ୍ୱ ରହିଛି। କର୍ପୂର ପୂଜା ବିଧିରେ ଲାଗିଥାଏ। ଏହା ସହ ଶୀତ ଦିନର ବସ୍ତ୍ର ରଖିବା ସମୟରେ କିମ୍ବା ବର୍ଷା ଦିନରେ ପୋକ ଜୋକ ବା ଦୁର୍ଗନ୍ଧରୁ ସୁରକ୍ଷା ପାଇଁ ଏହାକୁ ପ୍ରୟୋଗ କରାଯାଇଥାଏ। ଏହା ଛଡ଼ା କର୍ପୂରରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହା ଶରୀର ଓ ମସ୍ତିସ୍କ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆଣ୍ଠୁ ଦରଜ ଓ ପେଟରେ ଯନ୍ତ୍ରଣା ଭଳି ଅନେକ ସମସ୍ୟା ପାଇଁ ଏହା ଲାଭକାରୀ ।
ଏବେ ଆସନ୍ତୁ ଜାଣିବା, କର୍ପୂରର ବିଭିନ୍ନ ଉପକାରିତା ସମ୍ପର୍କରେ ।
କେଶ ବୃଦ୍ଧିରେ ସାହାଯ୍ୟ କରେ: କେଶ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅଛି। କିନ୍ତୁ ଜାଣିଛନ୍ତି, କର୍ପୂରକୁ ତେଲରେ ମିଶ୍ରଣ କରି କେଶରେ ଲାଗାଇଲେ ଏହା ବୃଦ୍ଧି ପାଇଥାଏ। ନିତିଦିନ ଲଗାଉଥିବା ତେଲରେ କର୍ପୂର ମିଶାଇ ଏହାକୁ ଚୁଟିରେ ଲଗାନ୍ତୁ। ଏହାଦ୍ୱାରା ମସ୍ତିଷ୍କରେ ରକ୍ତ ପ୍ରବାହ ମଧ୍ୟ ଭଲ ହୁଏ।
ମଶାଙ୍କ ଇପଦ୍ରବରୁ ସୁରକ୍ଷା ଦିଏ : ମଶା କାମୁଡ଼ିଲେ 'ଡେଙ୍ଗୁ' ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ଥାଏ। ତେବେ ଜାଣିଛନ୍ତି କି, ମଶା ଘଉଡ଼ାଇବାରେ କର୍ପୂର ଭଲ ସାହାଯ୍ୟ କରିଥାଏ। ତେଣୁ ଆପଣ ଘରେ କର୍ପୂର ଜଳାଇ ରୁମ୍ର କବାଟ ଓ ଝରକା ବନ୍ଦ କରିଦିଅନ୍ତୁ। ଏହା ଦ୍ୱାରା ଘରେ ମଶା ହେବେ ନାହିଁ।
ମନକୁ ଶାନ୍ତ ରଖିଥାଏ: ଠିକ୍ ସମୟରେ ନିଦ ନ ଆସିବା, ଆଜିକାଲି ଅଧିକାଂଶ ଲୋକଙ୍କ ପାଇଁ ଏକ ସାଧାରଣ ସମସ୍ୟା ହୋଇଗଲାଣି। ତେବେ କର୍ପୂର ମିଶା ତେଲର ବାସ୍ନା ମୁଣ୍ଡକୁ ଶାନ୍ତ ରଖିଥାଏ। ଆଉ ଭଲ ନିଦ ଦେବାରେ ସାହାଯ୍ୟ କରିଥାଏ। ସେଥିପାଇଁ କର୍ପୂର ମିଶ୍ରିତ ତେଲର କିଛି ବୁନ୍ଦା ନିଜ ତକିଆରେ ଲଗାନ୍ତୁ ଓ ଆରାମରେ ଶୁଅନ୍ତୁ।
ଥଣ୍ଡା ଦୂର କରେ: ଥଣ୍ଡା ଓ କାଶ ହେବା ଏକ ସାଧାରଣ କଥା। କିନ୍ତୁ ଥଣ୍ଡା ହେଲେ, ସାଧାରଣତଃ ନାକ ବନ୍ଦ ହୋଇଯାଏ। ଫଳରେ ନିଃଶ୍ୱାସ ନେବାରେ ଅସୁବିଧା ହୁଏ ଏବଂ ଛିଙ୍କ ହେବା ଭଳି ସମସ୍ୟା ଶରୀରକୁ କଷ୍ଟ ଦେଇଥାଏ। ଏ ସବୁକୁ ଦୂର କରିବାରେ କର୍ପୂର ଏକ ବଡ଼ ଔଷଧ ଭାବେ କାମ କରିଥାଏ। ଏଥିପାଇଁ ଏକ ପାତ୍ରରେ ଗରମ ପାଣି ନିଅନ୍ତୁ। ସେଥିରେ କର୍ପୂର ପକାଇ ଏକ କପଡ଼ା ଢାଙ୍କି ତାର ବାସ୍ନା ଶୁଙ୍ଘନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
କେତେକ ରଙ୍ଗରେ ରାସାୟନିକ ପଦାର୍ଥ ମିଶିଥାଏ। ଯଦିବା ଭୁଲରେ ଏହା ଆଖି, ନାକ, ପାଟି ଦେଇ ଶରୀରରେ ପ୍ରବେଶ କରେ, ତେବେ ଗୁରୁତର ସମସ୍ୟା ଉପୁଜିପାରେ।
ଖରାଦିନ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। ମାତ୍ର ଖରାର ପ୍ରଭାବ ଏବେ ଠାରୁ ଅନୁଭବ ହେବାକୁ ଲାଗିଲାଣି। ଏହି ଦିନରେ ନିଜ ମୁହଁର ବିଶେଷ ଭାବେ ଯତ୍ନ ନେବାକୁ ଆବଶ୍ୟକ। କର୍ମବହୁଳ ବ୍ୟସ୍ତତା ଜୀବନରେ ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ , କିପରି ନେବେ ଖରାଦିନେ ମୁହଁର ଯତ୍ନ….
ରୋଷେଇ ଘରେ ଥିବା ହଳଦୀ ପ୍ରାୟ ପ୍ରତ୍ଯେକ ଦିନ ମସୁର ଡାଲି, ପନିପରିବା ଏବଂ ଅନ୍ଯାନ୍ଯ ଖାଦ୍ୟର ସ୍ବାଦ, ସୁଗନ୍ଧ ଏବଂ ରଙ୍ଗ ବଢ଼ାଇବା ପାଇଁ ବ୍ଯବହୃତ ହୁଏ ।