News

ରାସ୍ତାରେ ୧୨୦୦ ଲିଟର କ୍ଷୀର ଢାଳିଲେ ଦୁଗ୍ଧଚାଷୀ

Untitled 1

ରାସ୍ତାରେ କ୍ଷୀର ଢ଼ାଳିଲେ ଚାଷୀ । ବିକ୍ରି ପାଇଁ ଚାଷୀ ଆଣିଥିବା କ୍ଷୀରକୁ ନିମ୍ନମାନର କହି ଫେରାଇ ଦେବାରୁ ଭଦ୍ରକ ଜିଲ୍ଲା ବାସୁଦେବପୁର  ବ୍ଲକ ବାମୁଲ ଓମଫେଡ୍ କେନ୍ଦ୍ର ଆଗରେ ଢ଼ାଳିଛନ୍ତି । ଓମଫେଡ୍ କ୍ଷୀର ନନେବାରୁ ଏଭଳି ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଶତାଧିକ ଚାଷୀ । ଚାଷୀମାନେ ପ୍ରାୟ ୧୨ଶହ ଲିଟର କ୍ଷୀର ଢ଼ାଳି ଦେଇଥିବା ଜଣାପଡିଛି । କ୍ଷୀର ନନେବା ପୂର୍ବରୁ ଓମଫେଡ୍  ପକ୍ଷରୁ କୌଣସି ସୂଚନା ଦିଆନଯାଇ ହଠାତ୍ କ୍ଷୀର ନେବା ବନ୍ଦ୍ କରିଥିବା ଅଭିଯୋଗ କରିଛନ୍ତି ଚାଷୀ ।

ସୂଚନା ଅନୁଯାୟୀ, ନିମ୍ନମାନର କ୍ଷୀର କହି ଗତକାଲି ରାତିରେ ଓମ୍‌ଫେଡ୍ ଏହି ଅଞ୍ଚଳର ଚାଷୀମାନଙ୍କଠାରୁ କ୍ଷୀର ନେବାକୁ ମନା କରି ଦେଇଥିଲା। ଓମ୍‌ଫେଡ୍ ହଠାତ୍ ଏଭଳି ନିଷ୍ପତ୍ତି ଶୁଣାଇବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାର ପ୍ରତିବାଦରେ ସେମାନେ ରାସ୍ତାରେ କ୍ଷୀର ଢାଳି ଦେଇଥିଲେ। ଏହା ସହିତ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

Milk Pouring 750x430

ଜଣେ ଦୁଗ୍ଧ ଚାଷୀ କହିଛନ୍ତି,“ସବୁଦିନ ଆମେ ଓମ୍‌ଫେଡ଼କୁ କ୍ଷୀର ଦେଉ। ହଠାତ୍ ଓମଫେଡ୍‌ କ୍ଷୀର ନେବାକୁ ମନା କରିଦେଲା। ଆଉ ସେହି କ୍ଷୀରକୁ ଫେରାଇ ନେଇ କ’ଣ କରିଥା’ନ୍ତୁ। ସେଥିପାଇଁ କ୍ଷୀରକୁ ରାସ୍ତାରେ ଢାଳି ଦେଲୁ।” ଅନ୍ୟପକ୍ଷରେ ଏନେଇ ଓମ୍‌ଫେଡ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ପଢନ୍ତୁ: ଶରୀରକୁ ସମ୍ଭାଳ

Related posts

ଆସନ୍ତା ତିନି ବର୍ଷ ମଧ୍ୟରେ ୪୯ଟି କର୍କଟ ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାରଙ୍କ ଯୋଜନା

ENO Beuro

ସିରିୟାରେ ରାସାୟନିକ ଆକ୍ରମଣ

ENO Beuro

ଓଡିଶାକୁ ଆସୁଛି ଲଘୁଚାପ ,୧୦ରୁ ବର୍ଷା

ENO Beuro

Leave a Comment