Loading...

୧୬ରେ ଭୁବନେଶ୍ୱର ଆସିବ ବିଜୁବାବୁଙ୍କ ‘ଡକୋଟା’, ବିଜୁ ଜୟନ୍ତୀରେ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ ହେବ

୧୬ରେ ଭୁବନେଶ୍ୱର ଆସିବ ବିଜୁବାବୁଙ୍କ ‘ଡକୋଟା’, ବିଜୁ ଜୟନ୍ତୀରେ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ ହେବ

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ‘ଡକୋଟା’ ଦୀର୍ଘଦିନର ପ୍ରୟାସ ପରେ ଚଳିତମାସ ୧୬ତାରିଖରେ ଭୁବନେଶ୍ୱର ଆସିବ ।

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ‘ଡକୋଟା’ ଦୀର୍ଘଦିନର ପ୍ରୟାସ ପରେ ଚଳିତମାସ ୧୬ତାରିଖରେ ଭୁବନେଶ୍ୱର ଆସିବ । ଏହି ବିମାନର ବିଭିନ୍ନ ଅଂଶକୁ ଭାଗଭାଗ କରି ସଡ଼କ ମାର୍ଗରେ ଭୁବନେଶ୍ୱର ଅଣାଯାଉଛି ଓ ପରେ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସମ୍ପୂର୍ଣ୍ଣ ଆସେମ୍ଲିଂ କରି ରଖାଯିବ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, କୋଲକାତାର ନେତାଜୀ ସୁବାସଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅକାମୀ ହୋଇ ପଡ଼ିରହିଥିବା ବିଜୁବାବୁଙ୍କ ଡକୋଟା ଭିଟି-ଏଭିଆଇ ବିମାନକୁ ଖୋଲାଯାଇ ଏହାର କଳକବଜା ଓ ଅଂଶବିଶେଷ ସଡ଼କ ମାର୍ଗରେ ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯିବାକୁ ନିଷ୍ପତ୍ତି ହୋଇଛି । ଏକ ଘରୋଇ ସଂସ୍ଥାକୁ ଏହି ବିମାନର ସ୍ଥାନାନ୍ତର ଦାୟିତ୍ୱ ନ୍ୟସ୍ତ ହୋଇଛି । ସୂଚନାଯୋଗ୍ୟ, ୨୦୧୯ ମସିହାରେ ରାଜ୍ୟ ସରକାର ଏହି ଡକୋଟା ବିମାନକୁ ଆଣିବା ପାଇଁ ପ୍ରକ୍ରିଆ ଆରମ୍ଭ କରିଥିଲେ । ୨୦୨୦ ଜାନୁୟାରୀ ୨୧ତାରିଖରେ ରାଜ୍ୟ ସରକାର ଏନେଇ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କଠୁ ଅନୁମତି ଲୋଡ଼ିଥିଲେ ।

ଡାକୋଟା ବିମାନ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଏହାକୁ ସଂରକ୍ଷିତ କରି ରଖାଯିବ। ଏଥିପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧.୧ଏକର ଜମି ଯୋଗାଇ ଦେଇଛନ୍ତି। ଟର୍ମିନାଲ-୧ ସମ୍ମୁଖରେ ଏହି ଜମି ମିଳିଥିବା ବେଳେ ଏଠାରେ ବିମାନଟିକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ। ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ କରିବେ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର ଯନ୍ତ୍ରୀ ଦେବାଶିଷ ମହାନ୍ତି, କରୁଣାକର ପଣ୍ଡା, ଚନ୍ଦନ କୁମାର ପଣ୍ଡିତ, ହୃଷିକେଶ ଜେନାଙ୍କ ନେତୃତ୍ବରେ ଏକଟିମ୍ ଡାକୋଟା ବିମାନର ଡିସ୍‌ମେଣ୍ଟାଲିଂ କରିଥିବା ବେଳେ ସେହି ଟିମ୍‌ ହିଁ ଭୁବନେଶ୍ବରରେ ଏହାର ଯନ୍ତ୍ରାଂଶକୁ ଯୋଡ଼ିବେ। ଏପରିକି ଯେଉଁ ଯନ୍ତ୍ରାଂଶ ଭାଙ୍ଗିଯାଇଛି ବା ନଷ୍ଟ ହୋଇଯାଇଛି ସେଗୁଡ଼ିକୁ ନୂଆ କରି ଲଗାଯିବ। ଏହାପରେ ରଙ୍ଗ ଦିଆଯିବ। ବିମାନଟି ପୂର୍ବରୁ ଯେପରି ଦେଖାଯାଉଥିଲା ଏବେ ତାହାକୁ ସେହିଭଳି ମରାମତି କରାଯିବ। ପାର୍ଥକ୍ୟ କେବଳ ବିମାନଟି ଉଡ଼ିପାରିବନି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.