EnewsOdia.Com

ବୋଝ ଉପରେ ଲଳିତା ବିଡ଼ା; ଡାଲି ଦର ୧୦୦ ଟଙ୍କା ଡେଇଁଲା

ପ୍ରଥମେ ପିଆଜ, ପରିବା ଏବଂ ବର୍ତ୍ତମାନ ଡାଲି ଉପରେ ମାଡ଼ ହୋଇଛି । ଯାହା ଗ୍ରାହକଙ୍କୁ କନ୍ଦାଉଛି ।  ଗତ ଦୁଇ ଦିନ ଭିତରେ ଡାଲି ଦର ଅଚାନକ ଓ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ହରଡ଼ ଓ ମୁଗ ଡାଲି ଦର ୧୦୦ ଟଙ୍କା ଡେଇଁଛି । ପାଇକାରୀ ଦର ୯୦ ଟଙ୍କା ପାର୍ ହୋଇ ଯାଇଥିବାରୁ ଖୁଚୁରା ବଜାର ଦର ୧୦୦ ଟଙ୍କାକୁ ଟପିଛି ।

ତେବେ ବିରି ଡାଲି ୧୨୦ ଟଙ୍କାକୁ ଟିପଯାଇଛି। ପ୍ରଥମେ ପିଆଜ ଓ ପରେ  ପରିବା ଦର ବୃଦ୍ଧି ଖାଉଟିଙ୍କୁ କନ୍ଦେଇଥିବାବେଳେ ଏବେ ଡାଲି ଦର ବୃଦ୍ଧି ଖାଉଟିଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତେବେ ଆଗକୁ ଏହି ଦର ବୃଦ୍ଧି ଆହୁରି ହୁ ହୁ ହୋଇ ବଢ଼ିବା ନେଇ ଆଶଙ୍କା କରାଯାଉଛି ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଗଲାଣି।

ଗତ ଦୁଇ ଦିନ ପୂର୍ବେ ସବୁ ଡାଲି କ୍ୱିଣ୍ଟାଲ ପିଛା ଏକ ହଜାର ଟଙ୍କା କମ୍ ଥିଲା ବୋଲି ପାଇକାରୀ ବ୍ୟବସାୟୀମାନେ ଜଣାଇଛନ୍ତି। ପୂର୍ବରୁ ଦର ବୃଦ୍ଧି ଏମିତି ଅତର୍କିତଭାବେ ବୃଦ୍ଧି ପାଇବା କେବେ ନଥିଲା ବୋଲି ସେମାନେ କହିଛନ୍ତି। ଫଳରେ ଏବେଠାରୁ ମାଲ୍ କଳାବଜାରୀ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି କୁହାଯାଉଛି । ତେଣୁ ତୁରନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖାଉଟିଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

ପଢନ୍ତୁ: କନ୍ଧମାଳରୁ ଲୋପ ପାଇଯିବ ବାଦୁଡ଼ି ବଂଶ !

ସମ୍ବନ୍ଧିତ ଖବର

ଜିଓର ଧମାକାଦାର ‘ଅଲ୍‌-ଇନ-ୱାନ’ ପ୍ଲାନ୍

Ratnamani Maharana

ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ନିକଟରେ ଜମିବ ଲୋକଙ୍କ ଭିଡ

Ratnamani Maharana

ପଲିସି ବନ୍ଦ କରିବାକୁ ଯାଉଛି ଏଲଆଇସି

Ratnamani Maharana

ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ବର

Ratnamani Maharana

‘ନିର୍ଭୟା’ ମାମଲା: ଫାଶୀଦଣ୍ଡ ବିରୋଧରେ ଦୋଷୀଙ୍କ ହାତରେ ଆଉ ମାତ୍ର ୭ ଦିନ ସମୟ

Ratnamani Maharana

ବଇଁଶୀ ବଜାଇ ଦୃଷ୍ଟିହୀନ ପବିତ୍ର ଭିକ୍ଷାବୃତ୍ତି କରି ମାଆଙ୍କୁ ପୋଷୁଛନ୍ତି ବୋଝ କହି ଅସହାୟ ବୁଢୀ ମାଆକୁ ପର କରିଦେଲା ବଡ ପୁଅ…

admin