News

ନେହେରୁଙ୍କ ସମ୍ବନ୍ଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଦଲାଇଲାମା

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ମୋ ମନ୍ତବ୍ୟ ହଠାତ୍‌ ଏମିତି ବିବାଦୀୟ ହୋଇଗଲା। ଯଦି କିଛି ଭୁଲ ରହିଛି, ତେବେ ମୁଁ କ୍ଷମା ମାଗୁଛି।”

ଦଲାଇଲାମା ଗୁରୁବାର ଆହୁରି କହିଥିଲେ ଯେ ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ପଦ ମୁସଲିମ୍‍ ଲିଗ୍‍ ନେତା ଜିନ୍ନାଙ୍କୁ ଦେବାକୁ ମହାତ୍ମାଗାନ୍ଧୀ ଇଚ୍ଛୁକ ଥିଲେ; କିନ୍ତୁ ଜବାହରଲାଲ୍‍ ନେହରୁ ଏଥିରେ ଏକମତ ହୋଇ ନ ଥିଲେ। ଦଲାଇଲାମାଙ୍କର ଏଭଳି ମନ୍ତବ୍ୟକୁ ନେଇ ନୂତନ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା।

dalai lama

ଦଲାଇଲାମାଙ୍କ ଏପରି ବୟାନକୁ ନେଇ କଂଗ୍ରେସ, ବିଜେପିକୁ ଟାର୍ଗେଟ୍‌ କରିଛି। କଂଗ୍ରେସ୍‌ ନେତା ଶକ୍ତି ସିଂହ କହିଛନ୍ତି, “ନେହରୁ ଏବଂ ଜିନ୍ନାଙ୍କୁ ନେଇ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏପରି ବୟାନ ପଛରେ କେନ୍ଦ୍ରର ମୋଦି ସରକାରଙ୍କ ହାତ ଥିବା ଆଶଙ୍କା କରାଯାଉଛି।”

 

ପଢନ୍ତୁ;ଆଜି ପବିତ୍ର ଚିତାଲାଗି ଅମାବାସ୍ୟା

Related posts

“ଚର୍ଚ୍ଚାରେ ରହିଆସୁଥିବା ରିଲାଏନ୍ସ ଜିଓ , ଏବେ ପୁଣି ଥରେ ଚର୍ଚ୍ଚାରେ ” ଜାଣନ୍ତୁ ଚର୍ଚ୍ଚାର କାରଣ କ’ଣ

ENO Beuro

ରେଳ ମନ୍ତ୍ରଣାଳୟ ଦ୍ୱାରା ପାଳିତ ହେଲା ‘ସ୍ୱଚ୍ଛତା ହି ସେବା ପଖୱାଡା’

ENO Beuro

ଲଘୁଚାପ ଆଶଙ୍କା,ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More