Spread the loveତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ନୁଆଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନରେ ଆସି ଭୁବନେଶ୍ୱରରେ ଅପରାହ୍ନ ୧ଟା ୧୦ରେ ପହଂଚି ସିଧା ନବୀନ... ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ
Spread the love

ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ନୁଆଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନରେ ଆସି ଭୁବନେଶ୍ୱରରେ ଅପରାହ୍ନ ୧ଟା ୧୦ରେ ପହଂଚି ସିଧା ନବୀନ ନିବାସ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଧର୍ମଗୁରୁଙ୍କ ୨୦ ମିନିଟର ଆଲୋଚନା ଧାର୍ଯ୍ୟ ହୋଇଛି । ତା’ ପରେ ହୋଟେଲ ଟ୍ରାଇଡେଣ୍ଟକୁ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ ।

ମଙ୍ଗଳବାର ସକାଳ ୮ଟା ୪୦ରେ କିସ୍‌ ବିଶ୍ୱବିଦ୍ୟାଳୟ ଅଭିମୁଖେ ଯିବେ।ସକାଳ ୯ଟାରୁ ୧୧ ଟା ୩୦ ଯାଏଁ କିସର କାର୍ଯ୍ୟକ୍ରମରେ ଯୋଗ ଦେବେ ।ଏହି କାର୍ଯ୍ୟକ୍ରମରେ ଦଲାଇଲାମାଙ୍କୁ କିସ୍ ପକ୍ଷରୁ ହ୍ୟୁମାନିଟାରିଆନ୍ ସମ୍ମାନରେ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମ ପରେ ଅପରାହ୍ନ ୧ଟାରୁ ୧ଟା ୪୫ପର୍ଯ୍ୟନ୍ତ ଚନ୍ଦ୍ରଗିରିରୁ ଆସିଥିବା ତିବ୍ଦତୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ । ଏହାପରେ ଅପରାହ୍ନ ୧ଟା ୫୦ରେ ହୋଟେଲ ଟ୍ରାଇଡେଣ୍ଟ ଅଭିମୁଖେ ଯିବେ । ସେଠାରେ ରାତ୍ରିଯାପନ କରିବେ । ବୁଧବାର ପୂର୍ବାହ୍ନ ୧୦ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଗୋ ବିମାନରେ କୋଲକତା ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି ।

ଦଲାଇଲାମାଙ୍କ ଗସ୍ତ ଦୃଷ୍ଟିରୁ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜେଡ୍ ପ୍ଲସ ସୁରକ୍ଷା ଦେବା ସହ ଜଣେ ଏସିପି ର୍ୟାଙ୍କର ଅଫିସରଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ରଖାଯାଇଛି । ସେ ରହିବାକୁ ଥିବା ହୋଟେଲ ଟ୍ରାଇଡେଣ୍ଟରେ ଏକ ପ୍ଲାଟୁନ୍ ପୋଲିସ ପହରା ଦେବାର ସୂଚନା ମିଳିଛି ।

ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ

ପଢନ୍ତୁ, ସମୟସୀମା ପୂରିଯାଇଥିଲେ ବି ମହାନଦୀ ବିବାଦ ଟ୍ରିବ୍ୟୁନାଲ୍ ଗଠନ କାର୍ଯ୍ୟକାରୀ ହେଲା ନାହିଁ

Your email address will not be published. Required fields are marked *