LIFESTYLE

ଆସନ୍ତୁ ଜାଣିବା ଦଲିଆ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ

Dd

ପ୍ରତିଦିନ ସକାଳେ ଉତ୍ତମ ଜଳଖିଆ ଖାଇବା ପାଇଁ ସମସ୍ତଙ୍କର ଅଭ୍ୟାସ ଥାଏ। ଜଳଖିଆକୁ ଠିକ୍ ସମୟରେ ଖାଇବା ମଧ୍ୟ ଉଚିତ୍। ସକାଳେ ଠିକ ଭାବେ ଜଳଖିଆ ନ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଜଳଖିଆରେ ସମସ୍ତଙ୍କର ଭିନ୍ନ ଭିନ୍ନ ରୁଚି ରହିଥାଏ। କିନ୍ତୁ କିଛି ଲୋକ ଦଲିଆ ଖାଇବାକୁ ଖୁବ ପସନ୍ଦ କରିଥାଆନ୍ତି। ଦଲିଆର ଯେତିକି ସ୍ଵାସ୍ଥ୍ୟକର ସେତିକି କ୍ଷତିକାରକ ମଧ୍ୟ। ତାହାକୁ ଜାଣିବା ନିହାତି ଆବଶ୍ୟକ। ଦଲିଆକୁ ଅଧିକ ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ କେତେକ କ୍ଷତି ପହଞ୍ଚିଥାଏ। ଆସନ୍ତୁ ଜାଣିବା ଏହି ଦଲିଆ ସ୍ୱାସ୍ଥ୍ୟ ପାଇଁ କେତେ ହିତକର।

୧) ଦଲିଆ ଶରୀରର ସମସ୍ତ ପୋଷକ ତତ୍ତ୍ୱକୁ ପୂରଣ କରିଥାଏ ।

୨) ପ୍ରତିଦିନ ସକାଳେ ଦଲିଆ ଖାଇବା ଦ୍ୱାରା ସାରା ଦିନ ସତେଜ ଅନୁଭବ ହୋଇଥାଏ।

୩) କିନ୍ତୁ ଏହାର ଲାଭଦାୟକ ଗୁଣ ସହିତ କେତେକ କ୍ଷତିକାରକ ଗୁଣ ମଧ୍ୟ ରହିଛି ।

୪) ଦଲିଆକୁ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଭାବେ ଗ୍ରହଣ କରାଯାଇଛି।

୫) ଏହାକୁ ଗ୍ରହଣ କରିବା ଦ୍ୱାରା ବେଳେ ବେଳେ ଶରୀର ଫୁଲି ଯାଇଥାଏ ।

୬) ଏତଦ୍ ବ୍ୟତୀତ ଗ୍ୟାସ୍ ହୋଇଥାଏ ଏବଂ କଷ୍ଟ ମଧ୍ୟ ଅନୁଭବ ହୋଇଥାଏ ।

ତେଣୁ ଦଲିଆକୁ ଖାଇବା ସମୟରେ ତାହାର ପରିମାଣ ପ୍ରତି ଧ୍ୟାନ ଦେବା ଉଚିତ୍ ।
ପଢନ୍ତୁ: ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର କିପରି କରିବେ ଚିକିତ୍ସା!!

Related posts

ଆପଣଙ୍କ ପୋଷାକରୁ ଦୁର୍ଗନ୍ଧ ବାହାରୁଛି କି ? ତାହାଲେ ଆପଣାନ୍ତୁ ଏହି ଟିପ୍ସ

ENO Beuro

ସକାଳ ଜଳଖିଆ କୁ ଗୁରୁତ୍ଵ ଦିଅନ୍ତୁ ଓ ଜାଣନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ

ENO Beuro

ଆସନ୍ତୁ ଜାଣିବା ଖାଦ୍ୟ ଗ୍ରହଣ କରିବାର ସଠିକ୍ ଉପାୟ

Ratnamani Moharana

Leave a Comment