POLITICALS

ନିଆଳିରେ ଦାମଙ୍କ ମଞ୍ଚକୁ ଅଣ୍ଡାମାଡ

dama

ଦାମଙ୍କୁ ବିରୋଧ ପ୍ରଦର୍ଶନ । ନିଆଳି ସୁରକ୍ଷା ମଂଚର ସୂଚନା ଅଧିକାର ସମାବେଶରେ ବିଜେଡିର ଏହି ପୂର୍ବତନ ନେତା ତଥା ପାରାଦୀପ ବିଧାୟକଙ୍କୁ ବିରୋଧ କରିଛନ୍ତି ଅଙ୍ଗନୱାଡି କର୍ମୀ । ମୟୂରଭଞ୍ଜ ପରେ ନିଅାଳିରେ ମଧ୍ୟ ଦାମଙ୍କୁ ବିରୋଧ। ଦାମଙ୍କ ସଭାମଞ୍ଚ ଅାଗରେ ଅଙ୍ଗନବାଡ଼ି କର୍ମୀ ହାତରେ ଦାମ ବିରୋଧୀ ପ୍ଲାକାର୍ଡ ଧରି ରାଲି କରିଛନ୍ତି। ନିଅାଳି ହାଇସ୍କୁଲ ପଡ଼ିଆରେ ଦୁର୍ନୀତି ବିରୋଧୀ ସମାବେଶ କରୁଥିବା ବେଳେ ଦାମୋଦର ରାଉତଙ୍କୁ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଥିଲା।

dama

ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରାଉତ କଟକ ନିଆଳି ହାଇସ୍କୁଲ ପଡିଆରେ ସଭା କରିଥିଲେ । ମଂଚ ଉପରେ ତାଙ୍କ ସହ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସମେତ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଉପସ୍ଥିତ ରହିଥିଲେ । ସେହି ସମୟରେ ହାଇସ୍କୁଲ ପାଚେରୀ ବାହାରୁ କେହି ବ୍ୟକ୍ତି ମଂଚ ଉପରକୁ ଅଣ୍ଡାମାଡ କରିଥିଲା । ଅଣ୍ଡାଟି କାହା ଦେହରେ ବାଜି ନଥିଲେ ସୁଧା ମଂଚ ଉପରେ ପଡିଥିଲା । ଏହା ପରେ ତତକ୍ଷଣାତ ବ୍ୟକ୍ତିଜଣଙ୍କ ସେହି ସ୍ଥାନ ଛାଡି ଦୌଡି ପଳାଇଥିଲେ।

ପଢନ୍ତୁ;ଫିଲ୍ମ ଫ୍ରାଇଡେ:ସାମ୍ନାସାମ୍ନି ହେଲେ ସୈଫ୍‌-ଶରମାନ

Related posts

ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ବିଜେଡିର ସମର୍ଥନ

Ratnamani Moharana

ଖେଳମନ୍ତ୍ରୀ ହେଲେ ଟ୍ରାଫିକ୍ ପୋଲିସ୍ ! କାର୍ ରୁ ଓହ୍ଲାଇ ଟ୍ରାଫିକ୍ ଜାମରେ ଫସିଥିବା ଲୋକଙ୍କୁ ଦେଖାଇଲେ ବାଟ

Ratnamani Moharana

ମାତ୍ର ଦୁଇ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ଇସ୍ତଫା ଦେଲେ ବି ଏସ୍ ୟେଦୁରପ୍ପା !

ENO Beuro

Leave a Comment