POLITICALS

ବିଜେପିରେ ଯୋଗ ଦେଲେ ଦାମ ରାଉତ

dama

ପଦ୍ମ ଧରିଲେ ଦାମ

ପୂର୍ବତନ ମନ୍ତ୍ରୀ ଦାମ ରାଉତ ଗତକାଲି ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ, ବିଜେପି ନେତା ଅନୁରାଗ ଠାକୁର ଓ କିଛି ଦିନ ତଳେ ବିଜେପିରେ ସାମିଲ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

“ବିଜୁ ବାବୁ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ରାଜନୀତିକୁ ଆସିଥିଲି। ବିଜୁ ବାବୁଙ୍କ ଅମଳରେ ମୁଁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛି। ଲୋକଙ୍କ ଭଲ ପାଇବା ମୋ ପ୍ରତି ରହିଛି। ବିଜୁ ବାବୁଙ୍କ ପାଖରେ ଯେଉଁ ଗୁଣ ଥିଲା ତାହା ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ। ବିଜୁ ବାବୁଙ୍କ ବିପରୀତ ହେଉଛନ୍ତି ନବୀନ ବାବୁ”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ଅନ୍ୟପକ୍ଷରେ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏବଂ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂ ଦେଓ ମଧ୍ୟ ଏହି ଅବସରରେ ଦାମଙ୍କୁ ସ୍ବାଗତ ଜଣାଇଛନ୍ତି। ଦଳର ମିଶ୍ରଣ ପର୍ବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଉପସ୍ଥିତ ନ ଥିଲେ। ମିଶ୍ରଣ ପର୍ବ ପରେ ଦାମ ଶାହଙ୍କ ବାସଭବନ ଯାଇ ସେଠାରେ ତାଙ୍କୁ ଭେଟିଛନ୍ତି। ଦଳରେ ସାମିଲ ହେବାପରେ ଦାମ ଶାସକ ବିଜେଡି ଉପରେ ବର୍ଷିଛନ୍ତି।

ପଢନ୍ତୁ; ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର କିଛି ସରଳ ଉପାୟ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଓଡିଶା ଗସ୍ତରେ ଆସିବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ,ନବୀନଙ୍କୁ ଭେଟିବେ କେସିଆର

ENO Beuro

ଶଙ୍ଖ ଧରିବେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ

ENO Beuro

ବିଜେଡ଼ିରୁ ବିଦା ହେବେ ଦାମ

ENO Beuro

Leave a Comment