News

ନବୀନଙ୍କୁ ଦେଖି କାନ୍ଦିପକେଇଲେ ଦାମ: ନବୀନ ପ୍ରକୃତରେ କଠୋର ନୁହନ୍ତି

politics

କଠୋର ନୁହଁନ୍ତି ନବୀନ, ପତ୍ନୀଙ୍କ ପରାମର୍ଶକୁ ଆଜି ହୃଦବୋଧ କରିଥିବେ ଦାମ

ଦୁଇଦିନ ତଳେ ଡା. ଦାମୋଦର  ରାଉତଙ୍କ ପତ୍ନୀଙ୍କ ପରଲୋକ ଘଟିଛି। ଡ. ରାଉତ ଏବେ ଏବେ ଦଳ ବଦଳାଇ ବିଜେପିରେ ଦେଇଛନ୍ତି ଯୋଗ। ରାଜନୀତିରେ ଦଳରେ ଥାଇ ଦଳୀୟ ନେତାମାନେ ପରସ୍ପରକୁ ଆକ୍ଷେପ ତଥା କଡା ସମାଲୋଚନା କରିବାକୁ ପଛାଇନଥାନ୍ତି । କିନ୍ତୁ ବ୍ୟକ୍ତିଗତ ଭାବେ କେହି କାହାର ଶତୃ  ନୁହେଁ ବୋଲି ଏହା ପୁର୍ବରୁ ଓଡ଼ିଶାର ରାଜନୈତିକ ଇତିହାସରେ ବହୁ ବରିଷ୍ଠ ନେତାଙ୍କ ବ୍ୟବାହର ଜଣାଇଦେଇଛି। ତେବେ ଆଜି ଏହି ପରମ୍ପରାକୁ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଦୋହରାଇଛନ୍ତି ।

ଖୋଦ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦାମଙ୍କ ବାସଭବନକୁ ଆସି ସ୍ନେହଲତାଙ୍କର ମରଶରୀରରରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ହାତ ଯୋଡି ସେ ଦାମଙ୍କୁ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ “ମାଇ ଡିପେଷ୍ଟ କଣ୍ଡୋଲେନ୍ସ ଟୁ ଦାମ ବାବୁ, ଆଣ୍ଡ ଟୁ ୟୋର ଫ୍ୟାମିଲି” ପଦେ କଥାରେ ପତ୍ନୀ ବିୟୋଗରେ ମର୍ମାହତ ଦାମ ଭାବବିହ୍ୱଳ ହୋଇ କାନ୍ଦ କାନ୍ଦ  ହୋଇପଡିଥିଲେ ।ଦଳ ଛାଡିବା ପରେ ନବୀନ ସରକାରର ପତନ ପାଇଁ ଯେଉଁ ନିଷ୍ପତ୍ତି ସବୁ ନେଉଥିଲେ ତାହାକୁ ତାଙ୍କ ସ୍ତ୍ରୀ ନାପସନ୍ଦ କରୁଥିଲେ । ତା ସହ ଯାହା ସବୁ ଘଟିଗଲା ତାକୁ ଭୁଲିଯାଇ ଅନ୍ତତଃ ଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ମଧ୍ୟ ସେ ଅନୁରୋଧ କରିଆସୁଥିଲେ । ନବୀନ କଠୋର ହୃଦୟୀ ନୁହନ୍ତି , ଏଣୁ ଅନ୍ୟ ଦଳରେ ଯୋଗ ଦେବା ପୁର୍ବରୁ ଦାମ ଥରେ ତାଙ୍କୁ ଭେଟି ଆଲୋଚନା କରନ୍ତୁ ବୋଲି ଦାମଙ୍କୁ ପରାମର୍ଶ ଦେଉଥିଲେ ସ୍ନେହଲତା । ନବୀନ ପ୍ରକୃତରେ କଠୋର ନୁହନ୍ତି ବୋଲି ଆଜି ଦାମ ତାଙ୍କ ପତ୍ନୀଙ୍କ ଅନୁପସ୍ଥିତିରେ ହୃଦୟଙ୍ଗମ କରିପାରିଥିବେ ବୋଲି ଆଶା କରାଯାଉଛି ।
ପଢନ୍ତୁ: ୨୯ରେ ଜୟପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ପରଲୋକରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ ୱାଡେକର

ENO Beuro

ଡିଜେଲ ଓ ପେଟ୍ରୋଲ ପରେ ଏବେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି

ENO Beuro

ସବଡିଭିଜନ୍ ମାନ୍ୟତା ଦାବିରେ ୬ ଘଂଟିଆ ପଟ୍ଟାମୁଣ୍ଡାଇ ବନ୍ଦ ପାଳନ

ENO Beuro

Leave a Comment