POLITICALS

ସରୁନି ଦାମଙ୍କ ଫ୍ୟାମିଲି ଡ୍ରାମା: ପୁଅ କଥାକୁ ଖଣ୍ଡନ କଲେ ଦାମ ରାଉତ

D

Da

ଆସନ୍ତା କାଲି ଦାମ ବାବୁଙ୍କ ପୁଅ ତଥା ବିଧାୟକ ଶ୍ରୀ ରାଉତରାୟଙ୍କ  ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା ଆଉ ଆଜି ଦାମ ବାବୁଙ୍କ ମନ୍ତବ୍ୟ । ତେବେ ଏହି କଥାକଟାକଟି ମଧ୍ୟରେ ରାଜନୀତି ଦୁନିଆରେ କିନ୍ତୁ ହଇଚଇ ସୃଷ୍ଟି ହେଉଛି। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ  ବିଜେପିରେ ଖୁସିରେ ନାହାନ୍ତି। ଏପରି କିଛି ଅନୁମାନ କରି ଆଜି ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ୱିତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଯାହାକୁ ଖଣ୍ଡନ କରିଛନ୍ତି ବାପା ଡା.ଦାମୋଦର ରାଉତ। ସେ ପାଲଟା ପ୍ରଶ୍ନ କରିଛନ୍ତି ‘ମୁଁ ଦୁଃଖରେ ଅଛି ବୋଲି ସେ କେମିତି ଜାଣିଲେ’

Ds

ସମ୍ବିତଙ୍କର କାଲିର ମନ୍ତବ୍ୟ ଉପରେ ପାଟି ଖୋଲିଛନ୍ତି ଦାମ ସେ କହିଛନ୍ତିକି, ସେ ସମ୍ବିତକୁ ପାଲଟା ପ୍ରଶ୍ନ କରିଛନ୍ତି ମୁଁ ଦୁଃଖରେ ଅଛି ବୋଲି ସେ (ସମ୍ବିତ) କେମିତି ଜାଣିଲେ? ସେ ଆହୁରି ମଧ୍ୟ କହିଛନ୍ତିକି, “ଏକଥା ମୋ ପୁଅ ନୁହେଁ, ବିଜେଡି ବିଧାୟକ  କହିଛନ୍ତି। ମୁଁ ବିଜେପି, ସେ ବିଜେଡିର। ସେ କେମିତି ଜାଣିଲା ମୁଁ ଦୁଃଖୀ ଅଛି ବୋଲି। ମୁଁ ବିଜେପିକୁ ଗଲା ପରେ ସେ ବିଜେଡି ବିଧାୟକ ହୋଇଛି। ନିର୍ବାଚନରେ ସେ ଜିତିଛି. ମୁଁ ହାରିଛି। ନିର୍ବାଚନରେ ହାରଜିତ ରହିଛି। ଏହା ଏକ ପ୍ରକ୍ରିୟା। ମୁଁ ମୋ ଦଳରେ ରହିଛି। ନିର୍ବାଚନରେ ହାରିବା ପରେ ଦୁଃଖୀ ବୋଲି ମୁଁ କାହାକୁ କିଛି କହିନି। ସିଏ ଯାହା କହିଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ମତାମତ। ମୁଁ ଯେଉଁ ଦଳରେ ରହିଛି, ନିଷ୍ଠାର ସହିତ ଅଛି।

ବିଜେଡ଼ିକୁ ଫେରିବା ନେଇ ପ୍ରଶ୍ନ କରିବାରୁ ସେ କହିଲେ ଯେ, “ମୋତେ କିଛି ନପଚାରି ରାତିଅଧିଆ କାଢ଼ି ଦେଲେ। ଏବେ ଡାକିବେ କାହିଁକି? ଏଗୁଡ଼ାକୁ ସବୁ ଅବାନ୍ତର କଥା। ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏପରି କରାଯାଉଛି।”

ପଢନ୍ତୁ: ବିଜେଡ଼ିରେ ପୁଣି ଯୋଗ ଦେବେକି ଦାମ !

Related posts

କର୍ଣ୍ଣାଟକରେ ଆଜି ମତଦାନ!

ENO Beuro

ସରକାରଙ୍କ ଐତିହାସିକ ଘୋଷଣା ପରେ କାଶ୍ମୀରକୁ ଗଲେ ଆଉ ୮୦୦୦ ସୈନ୍ୟ

Ratnamani Moharana

କର୍ଣ୍ଣାଟକରେ ଟଳମଳ ମେଣ୍ଟ ସରକାର

Ratnamani Moharana

Leave a Comment