LIFESTYLE

ସକାଳେ ଖାଲି ପେଟରେ ପିଅନ୍ତୁ ଖଜୁରୀ ପାଣି,ମିଳିବ ଅନେକ ଫାଇଦା

Dw

ଖଜୁରୀ ଏକ ସ୍ବାଦିଷ୍ଟ ଫଳ। ଏହାକୁ ଯେକୌଣସି ଋତୁରେ ଖିଆଯାଇପାରେ। ହେଲେ ଶୀତଦିନେ ଏହାକୁ ଖାଇବା ଦ୍ୱାରା ଶରୀର ବିଭିନ୍ନ ରୋଗ କବଳରୁ ମୁକ୍ତି  ପାଇଥାଏ। ଏହା ବ୍ୟତୀତ ଏଥିରେ ମହଜୁଦ ଥିବା ତତ୍ତ୍ୱ ହାଡକୁ ଶକ୍ତ କରିଥାଏ। ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି  ମଧ୍ୟ ବଢିଥାଏ । ତେବେ ପ୍ରତିଦିନ ସକାଳୁ ଖଜୁରୀ ପାଣି ପଇଲେ ଅନେକ ଫାଇଦା ମଧ୍ୟ ମିଳିଥାଏ।

ଖଜୁରୀରେ କ୍ୟାଲସିୟମ  ଥିବାରୁ ଏହା ଅସ୍ଥି ମଜଭୁତ କରିବାରେ ସହାୟକ ହୁଏ। ଖଜୁରୀରେ ଥିବା ସେଲୋନିୟମ, ମାଙ୍ଗାନିଜ୍‌ ଓ କପର୍‌ ବିଭିନ୍ନ ରୋଗରୁ ଶରୀରକୁ ସୁରକ୍ଷା ଦେଇଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ। ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ମୁହଁରେ ବୟସ ଜନିତ ରେଖା ଓ ଦାଗ ଦୂର ହୋଇଥାଏ ।

W

ଖଜୁରୀ କୋଳିରେ ଭିଟାମିନ, ଆଇରନ, ମିନେରାଲ, କ୍ୟାଲସିୟମ, ଆମିନୋଏସିଡ୍‌, ଫସ୍‌ଫରସ୍‌ ଓ ଭିଟାମିନ୍‌ ସି’ ଥାଏ। ଡାଇବେଟିସ୍‌ ରୋଗ ପାଇଁ ଏହା ମହୌଷେଧୀ ଭଳି କାର୍ଯ୍ୟ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖଜୁରୀ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ପଢନ୍ତୁ:  ଆପଣଙ୍କ ଜିଭ ଜିଭ ସିଝି ଯାଇଛିକି! ଜାଣିରଖନ୍ତୁ ଏଥିରୁ କିପରି ପାଇବେ ଉପଶମ

Related posts

ହୃଦଘାତ ଜନିତ ସମସ୍ୟାରୁ କିପରି ରକ୍ଷା ପାଇବେ ଜାଣନ୍ତୁ

ENO Beuro

ଏହି ୫ଟି କଥାରୁ ଜାଣନ୍ତୁ ଜୀବନସାଥୀ ଆପଣଙ୍କ ପ୍ରତି କେତେ ସିରିୟସ ?

ENO Beuro

ଆପଣଙ୍କ ଜିଭ ଜିଭ ସିଝି ଯାଇଛିକି! ଜାଣିରଖନ୍ତୁ ଏଥିରୁ କିପରି ପାଇବେ ଉପଶମ

Ratnamani Moharana