News

ଭାରତକୁ ଫେରିବାକୁ ଚାହୁଁଛନ୍ତି ମୁମ୍ବାଇ ସିରିଜ୍‌ ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍‌ “ଦାଉଦ୍‌ ଇବ୍ରାହିମ୍‌”

ମୋଷ୍ଟ୍‍ ଓ୍ଵାଣ୍ଟେଡ ଆତଙ୍କବାଦୀ ଦାଉଦ୍‌ ଭାରତ ଫେରିବାକୁ ଚାହୁଁଛନ୍ତି

ଭାରତର ମୋଷ୍ଟ୍‍ ଓ୍ଵାଣ୍ଟେଡ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ ଏବେ ଭାରତ ଫେରିବାକୁ ଚହୁଁଛନ୍ତି। ସେ ଥିଲେ ୧୯୯୩ ମୁମ୍ବାଇ ସିରିଜ୍‌ ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍‌। ବିଶିଷ୍ଟ ଆଇନଜୀବୀ ଶ୍ୟାମ କେଶଓ୍ଵାନି କହିଛନ୍ତି ଯେ ,ଦାଉଦ୍‌ ଭାରତ ଫେରି ମୁମ୍ବାଇ ଆର୍ଥର ରୋଡ୍‌ କେନ୍ଦ୍ରୀୟ ଜେଲ୍‌ରେ ରହିବାକୁ ଚାହୁଁଛନ୍ତି। ଏହି ପଳାତକ ମାଫିଆ ଡନ୍‌ ଭାରତ ଫେରିବା ପାଇଁ ଯେଉଁ ପୂର୍ବ ସର୍ତ୍ତ ରଖିଛି ତାହାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

କେଶଓ୍ଵାନି କହିଛନ୍ତି ଯେ ଦାଉଦ୍‌ ଭାରତ ଫେରିବା ପରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ଥିବା ଆର୍ଥର ରୋଡ କେନ୍ଦ୍ରୀୟ କାରାଗାରରେ ରହିବାକୁ ହିଁ ଚାହୁଛି । ନିଜର ସୁରକ୍ଷା ଦୃଷ୍ଟିରୁ ସେ ଏଭଳି ଚାହୁଥିଲେ ମଧ୍ୟ ଏହି ମାଫିଆ ଡନ୍‌ର କୌଣସି ସର୍ତ୍ତକୁ ଗ୍ରହଣ କରିବା ପାଇଁ ସରକାର ପ୍ରସ୍ତୁତ ହେଉନାହାନ୍ତି । ଦାଉଦ୍‌ ପୂର୍ବରୁ ମଧ୍ୟ ତା’ର ଏଭଳି ଇଚ୍ଛା ବିଶିଷ୍ଟ ଆଇନଜୀବୀ ରାମ ଜେଠାମାଲାନିଙ୍କୁ ମଧ୍ୟ ଜଣାଇଥିଲେ । ତେବେ ବାସ୍ତବତା ହେଉଛି ସରକାର ଦାଉଦ୍‌ର କୌଣସି ସର୍ତ୍ତକୁ ଗ୍ରହଣ କରବାକୁ ପ୍ରସ୍ତୁତ ନାହାନ୍ତି ।

ସୂଚନାଯୋଗ୍ୟ, ଥାନେରେ ଅଦାଲତ ବାହାରେ ଗଣମାଧ୍ୟକୁ କେଶଓ୍ଵାନି କହିଛନ୍ତି ଯେ ସେ ଦାଉଦ୍‌ର ଭାଇ ଇକବାଲ ଇବ୍ରାହିମ ବିରୋଧରେ ଥିବା ବିଭିନ୍ନ ଅପରାଧିକ ମାମଲାରେ ତା’ର ପକ୍ଷ ଲଢ଼ୁଛନ୍ତି ଏବଂ ଦାଉଦ୍‌ ଫେରିବା ନେଇ ବ୍ୟାକୁଳ ରହିଥିଲେ।

ଆର୍ଥର ରୋଡ ସେଣ୍ଟ୍ରାଲ ଜେଲ୍‌ରେ ମୁମ୍ବାଇ ହମଲା ସମୟରେ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବକୁ ପ୍ରାୟ ୪ ବର୍ଷ ରଖାଯାଇଥିଲା । ପରବର୍ତ୍ତୀ ସମୟରେ କସାବକୁ ଫାଶୀ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ ,ପାକିସ୍ତାନର ଭିନ୍ନ ଭିନ୍ନ ସହରରେ ଦାଉଦ୍‌ର ଅନେକ ଘର ରହିଛି ଏବଂ ପ୍ରତି ୨ ମାସରେ ଥରେ ସେ ସ୍ଥାନ ବଦଳାଉଥିବା କୁହାଯାଉଛି । ଗତବର୍ଷ ଦାଉଦ୍‌ର ଭାଇ ଇକବାଲ ଇବ୍ରାହିମକୁ ପୁଲିସ ଗିରଫ କରିବା ପରେ ଜେରା ବେଳେ ସେ କହିଥିଲା ଯେ ଦାଉଦ୍‌ ପାକିସ୍ତାନ ସରକାରର ଛତ୍ରଛାୟାରେ ରହିଛି ଏବଂ ସୁରକ୍ଷା ଦୃଷ୍ଟିରୁ ବାରମ୍ବାର ଠିକଣା ବଦଳାଉଛି । ଦାଉଦ୍‌ ଇବ୍ରାହିମ୍‌ର ପତ୍ନୀ ମେହଜବିନ ୨୦୧୬ରେ ତାଙ୍କ ପିତାଙ୍କୁ ଭେଟିବାକୁ ମୁମ୍ବାଇ ଆସିଥିଲେ । ଫୋନ୍‌ ଟ୍ୟାପିଂ ଭୟରେ ଦାଉଦ୍‌ ଭାରତରେ ଥିବା ନିଜ ସଂପର୍କୀୟଙ୍କ ସହ କଥାହେବା ମଧ୍ୟ ବନ୍ଦ କରିଦେଇଛି।

ପଢନ୍ତୁ;

ପିଏନ୍‌ବି ମହାଠକେଇ ମାମଲା : ଶିଖା ଶର୍ମା ଏବଂ ଚନ୍ଦା କୋଚରଙ୍କୁ ସମନ ଜାରି

Related posts

ଜୁନ୍ ୩ୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

Ratnamani Moharana

ରଥଯାତ୍ରାରେ ଟେଲିଭିଜନ୍‌ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ENO Beuro

ଭିଡିଓ କନଫରେନ୍‌ସିଂ ଜରିଆରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ENO Beuro

1 comment

Leave a Comment