EnewsOdia.Com

କେବଳ ଅନୀଲ କପୁର ନୁହଁନ୍ତି, ଅନେକ କଳାକାରଙ୍କ ଫଟୋ ଦାଉଦ ସହ

ବଲିଉଡ୍‌ରେ ଏବେ ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଦାଉଦ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରୀ ସହ ଅତି ଘନିଷ୍ଠ ଥିଲା ବୋଲି ଅନେକ ମତ ଦେଇଛନ୍ତି । ହେଲେ ଏହାକୁ ନେଇ କିଛି ବି ସ୍ପଷ୍ଟି କରଣ ନାହିଁ । ଦାଉଦ୍‌ ସହ ବଲିଉଡ୍‌ର କ’ଣ ସମ୍ପର୍କ ରହିଥିଲା ? ତେବେ ଏହି ସବୁ ପ୍ରସଙ୍ଗ ଆରମ୍ଭ ହୋଇଥିଲା ସୋନମ କାପୁରଙ୍କ ବୟାନ୍‌ ପରେ ।

ପ୍ରଥମେ ସାମ୍ନାକୁ ଆସିଲା ଏଭର ଗ୍ରୀନ୍‌ ଷ୍ଟାର ଅନୀଲ କାପୁର ଓ ଡନ୍‌ ଦାଉଦର ଫଟୋ । ଆଉ ଏହି ଘଟଣାକୁ ନେଇ ବଲିଉଡ୍‌ ସମେତ ସାରା ଦେଶରେ ହଟଚମଟ ଆରମ୍ଭ ହୋଇଥିଲା । ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଅନେକ ବଲିଉଡ୍‌ ତାରକାଙ୍କ ନାଁ ଯୋଡ଼ା ହୋଇଛି ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ସହ । କେବଳ ଅନୀଲ କାପୁର ନୁହଁନ୍ତି, ବଲିଉଡର ଅନେକ ବଡ଼ ବଡ଼ କଳାକାରଙ୍କ ସହ ଦାଉଦର ଫଟୋ ଏବେ ସୋସିଆଲ ମିଡିଆରେ ବୁଲିବାକୁ ଆରମ୍ଭ ହେଲାଣି । 90 ଦଶକରେ ଅଣ୍ଡର ଓ୍ୱାର୍ଲ୍ଡ ବଲିଉଡ୍‌କୁ ନିଜ କଣ୍ଟ୍ରୋଲରେ ରଖିବାକୁ ଅନେକ ଚେଷ୍ଟା କରିଥିଲା । ଆଉ ସେହି ସମୟରେ ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ ଦାଉଦ ସହ ଅନେକ କଳାକାରଙ୍କୁ ଦେଖିବାକୁ ମିଳିଛି ।

ତେବେ ରାଜ୍‌ କାପୁରଙ୍କ ସହ ଫିଲ୍ମ ରାମ୍‌ ତେରିଗଙ୍ଗା ମୈଲିରେ ଅଭିନୟ କରିସାରିଥିବା ବଲିଉଡ୍‌ ଆକ୍ଟ୍ରିସ୍‌ ମନ୍ଦାକିନୀ କିଛି ଫିଲ୍ମରେ ଅଭିନୟ କରିବା ପରେ ଦାଉଦ ସହ ଦୋସ୍ତି କରିଥିଲେ । ଏମିତି ମଧ୍ୟ ଚର୍ଚ୍ଚା ହୁଏ ଯେ, ମନ୍ଦାକିନୀଙ୍କ ବଲିଉଡ୍‌ କ୍ୟାରିୟର ପ୍ରତି ଦାଉଦର ଅନେକ ସମର୍ଥନ ଥିଲା ।

Daud Bollywood

ସୋସିଆଲ ମିଡିଆରେ ଦାଉଦ ଇବ୍ରାହିମ୍‌ ସହ ଅନିଲ କାପୁରଙ୍କ ଏକ ଫଟୋ କେହି ଜଣେ ସେୟାର କରିଥିଲା । ଆଉ ଏନେଇ ଅନିଲଙ୍କ ଝିଅ ସୋନମ କାପୁରଙ୍କଠାରୁ ପ୍ରତିକ୍ରିୟା ମଗାଯାଇଥିଲା । ଏଥିରେ ସୋନମ ପ୍ରତିକ୍ରିୟା ଦେଇଥିଲେ ଯେ, ସେଠାରେ କେବଳ ଅନିଲ କାପୁର ନଥିଲେ ତାଙ୍କ ସହ ଆହୁରି ଅନେକ କଳାକାର ମଧ୍ୟ ଉପସ୍ଥିତ ଥିଲେ । ଆଉ ସେଠାକୁ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ପାଇଁ ଯାଇଥିଲେ । 1990ରେ ଦୁବାଇରେ ଭାରତ ପାକିସ୍ତାନ ମ୍ୟାଚ୍‌ ସମୟରେ ଏହି ଫଟୋ କେହି ଅଜଣା ବ୍ୟକ୍ତି ଉଠାଇଛନ୍ତି । ଅନିଲଙ୍କ ସହ ରାଜ କାପୁର ଓ କୃଷ୍ଣା କାପୁର ମଧ୍ୟ ଉପସ୍ଥିତ ଥିଲେ । ସୋନମ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ପିତା ଖେଳ ଦଖିବାକୁ ଯାଇଥିଲେ, ଆଉ ସେଠାରେ ଅନେକ ଲୋକ ଖେଳ ଦେଖୁଥିଲେ । ସେଠାରେ ତାଙ୍କ ସହ କିଏ ଛିଡ଼ା ହୋଇଛି ତାହା କେମିତି ଜଣାପଡ଼ିବ ।

Daud Bollywood

ତେବେ ମନ୍ଦାକିନୀ ଓ ଅନିଲ କାପୁରଙ୍କ ପରେ ସଲମାନ୍‌ ଖାନ୍‌ଙ୍କ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ସଲମାନ ଓ ଦାଉଦ ଏକାଠି ନଜର ଆସୁଛନ୍ତି । ଏହା ମଧ୍ୟ କୁହାଯାଏ ଯେ, ସଲମାନ ଖାନ୍‌ଙ୍କ ଫିଲ୍ମ ଚୋରି ଚୋରି ଚୁପ୍‌କେ ଚୁପ୍‌କେରେ ଅଣ୍ଡର ଓ୍ୱାର୍ଲ୍ଡର ଟଙ୍କା ଲାଗିଥିଲା । ଏହି ଫିଲ୍ମରେ ରାନୀ ମୁଖାର୍ଜୀ ଓ ପ୍ରିତୀ ଜିଣ୍ଟାଙ୍କ ଭଳି ଷ୍ଟାର ମଧ୍ୟ ନଜର ଆସିଥିଲେ ।

Daud Bollywood

ସେହିଭଳି ବଲିଉଡ୍‌ର ଜଣେ ବରିଷ୍ଠ ଅଭିନେତା ତଥା ଡାଇରେକ୍ଟର ଓ ପ୍ରଡ୍ୟୁସର ସୁନିଲ ଦତ୍ତଙ୍କ ଫଟୋ ମଧ୍ୟ ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ଙ୍କ ସହ ଦେଖିବାକୁ ମିଳିଛି । ସେହି ଫଟୋରେ ସଞ୍ଜୟ ଦତ୍ତଙ୍କ ପିତା ସୁନିଲ ଦତ୍ତ ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ ହାଜି ମସ୍ତାନଙ୍କ ସହ ନଜର ଆସିଛନ୍ତି ।

Daud Bollywood

ବଲିଉଡ୍‌ର ଜଣେ ନାମି ପ୍ରଡ୍ୟୁସର ପହଲାଜ୍‌ ନିହଲାନୀ କହିଥିଲେ ଯେ, ନିଜ ସେଫ୍ଟୀ ପାଇଁ ବଲିଉଡ୍‌ର ହିରୋଇନ୍ ମାନେ ଦାଉଦ ସହ ବନ୍ଧୁତା ରଖୁଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଣ୍ଡର ଓ୍ୱାର୍ଲ୍ଡର ଟଙ୍କା ବଲିଉଡ୍‌ରେ ସିଧା ସଳଖ ଭାବେ ଲାଗି ନାହିଁ । କିନ୍ତୁ ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ ସବୁବେଳେ ଚେଷ୍ଟା କରନ୍ତି ତାଙ୍କ ଟଙ୍କାକୁ ବଲିଉଡରେ ପରୋକ୍ଷରେ ଇନ୍‌ଭେଷ୍ଟ କରିବାକୁ । ଆବୁ ସଲେମ୍‌ ଭଳି କିଛି ଖଳ ପ୍ରକୃତିର ଲୋକ ଥିଲେ, ଯେଉଁମାନେ ବଲିଉଡ୍‌ କଳାକାରଙ୍କୁ ଡରାଇବା ଧମକାଇବା ଭଳି କାମ କରୁଥିଲେ । ତେଣୁ ବଲିଉଡର ଅନେକ କଳାକାର ନିଜର ସେଫ୍ଟି ପାଇଁ ଡନ୍‌ ଦାଉଦର ନିକଟତର ହୋଇଥିଲେ । ଆଉ କିଛି ଫିଲ୍ମ ପ୍ରଡ୍ୟୁସର ମଧ୍ୟ ଦାଉଦଦର ଅନେକ ଡିମାଣ୍ଡ ପୁରା କରୁଥିଲେ । କାରଣ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ସମୟରେ କିଛି ବାଧା ସୃଷ୍ଟି ନହେଉ ବୋଲି ସେମାନେ ଚାହୁଁଥିଲେ । ହେଲେ 1993ରେ ମୁମ୍ବାଇ ବ୍ଲାଷ୍ଟ୍‌ ପରେ ବଲିଉଡ୍‌ ଓ ଅଣ୍ଡର ଓ୍ୱାର୍ଲ୍ଡର ସମ୍ପର୍କ ମଧ୍ୟରେ ବଡ଼ ପାଚେରୀ ଛିଡ଼ା ହୋଇଥିଲା ।

Daud Bollywood

ତେବେ ସଞ୍ଜୟ ଦତ୍ତ ଗିରଫ ହୋଇଥିବା ସମୟରେ ଏସବୁ ଘଟଣାକୁ ନେଇ ପୋଲିସ ନିକଟରେ ଏକ ବଡ଼ ବୟାନ ଦେଇଥିଲେ । ସେ କହିଥିଲେ ଯେ, ଲୋକପ୍ରିୟ କଳାକାର ଫିରୋଜ ଖାନ୍‌ ହିଁ ଜଣେ ବ୍ୟକ୍ତି ଥିଲେ ଯିଏ ତାଙ୍କୁ ପିତାଙ୍କୁ ଦୁବାଇରେ ଦାଉଦ ଇବ୍ରାହିମ୍‌ ସହ ସାକ୍ଷାତ କରାଇଥିଲେ ।

ପଢନ୍ତୁ: ଏକା ସାଥିରେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ

ସମ୍ବନ୍ଧିତ ଖବର

ଆଜିଠୁ ଆରମ୍ଭ ହେଲା କଲ୍ୟାଣ ମଣ୍ଡପ ସିଲ ଅଭିଯାନ

Ratnamani Maharana

କମିଲା ବର୍ଷା, ଆସୁଛି ଶୀତ

Ratnamani Maharana

ଆତଙ୍କବାଦୀଙ୍କ ଟାର୍ଗେଟରେ ମୋଦୀ-ଶାହା-ଡୋଭାଲ

Ratnamani Maharana

CAA ଦଙ୍ଗାପାଇଁ ଇଣ୍ଟରନେଟ୍ ବନ୍ଦ ହେବାରୁ ଅନଲାଇନ୍ କାରବାରରେ ବଡ କ୍ଷତି

Ratnamani Maharana

ଧାମରା ବନ୍ଦରରେ ଲାଗିଲା ଚୀନ ଜାହାଜ

Ratnamani Maharana

୧୫ ଓଭର୍‌ କ୍ରିକେଟ୍‌ ମ୍ୟାଚ୍‌ରେ ୧୮ ରନ୍‌ କଲେ ପ୍ରଧାନ ବିଚାରପତି ବୋବଡ଼େ

Ratnamani Maharana