News

ଯାଣନ୍ତୁ କେତେରେ ନିଲାମ ହେଲା ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୁମ୍ବାଇ ସ୍ଥିତ ସଂପତ୍ତି

ଯାଣନ୍ତୁ କେତେରେ ନିଲାମ ହେଲା ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୁମ୍ବାଇ ସ୍ଥିତ ସଂପତ୍ତି

ଆଜି ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୁମ୍ବାଇରେ ଥିବା ସଂପତ୍ତି ନିଲାମ ହେଇଛି  । ଚର୍ଚ୍ଚଗେଟ୍ ଅଂଚଳରେ ଥିବା ଇଣ୍ଡିଆନ୍ ମର୍ଚ୍ଚାଂଟ୍ ଚାମ୍ବରରେ ଏହି ନିଲାମ ହେଇଛି । ମହାରାଷ୍ଟ୍ର ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଏହି ନିଲାମ କାର୍ଯ୍ୟ କରାଯାଇଛି । ଏହି ନିଲାମ ସଂପତ୍ତିକୁ ସେଫି ବୁରହାନୀ ଅପଲିଫ୍ଟମେଣ୍ଡ ଟ୍ରଷ୍ଟ(ଏସବିୟୁଟି) ପ୍ରାୟ ୧୧ କୋଟି ଟଙ୍କାରେ କିଣିଛି । ଏହି ସଂପତ୍ତିରେ  ରୌନକ ଅଫରୋଜ ହୋଟେଲ, ଶବନମ ଗେଷ୍ଟ ହାଉସ ଓ ଡାମ୍ବରଓ୍ଵାଲା କୋଠା ସାମିଲ ଅଛି।

ସୂଚନା ମୁତାବକ ଏହି ତିନୋଟି ବ୍ୟତୀତ ଔରଙ୍ଗାବାଦ ଫ୍ୟାକ୍ଟ୍ରି, ମଜଗାଁଅ ଫ୍ଲାଟ ଆଦି ନିଲାମ ହୋଇଛି।  ଏହି ନିଲାମରେ ରୌନକ ଅଫରୋଜ ହୋଟେଲ ୪  କୋଟି ଟଙ୍କାରେ ବିକ୍ରି ହୋଇଛି। ଏଥିସହ ଶବନମ ଗେଷ୍ଟ ହାଉସ ତଥା ଡାମ୍ବରଓ୍ଵାଲା କୋଠାର ୫ଟି କୋଠରୀ ମଧ୍ୟ ନିଲାମରେ ହୋଇେଛି। ଆଜି ସକାଳ ୧୦ଟାରେ ଏହି ନିଲାମ ଚର୍ଚ୍ଚଗେଟ ସ୍ଥିତ ଆଇଏମସି କୋଠାରେ ହୋଇଛି। ନିଲାମର ଆୟୋଜନ ସ୍ମଗଲର ଏଣ୍ଡ ଫରେନ ଏକ୍ସଚେଞ୍ଜ ମ୍ୟାନିପୁଲେଟର୍ସ ଆକ୍ଟ ‘ସାଫିମା’ ଆଧାରରେ ହୋଇଛି।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡଜନେରୁ ଅଧିକ ଲୋକ ଏହି ନିଲାମରେ ଭାଗ ନେବାକୁ ଆବେଦନ କରିଥିଲେ । ପାକିସ୍ତାନରେ ଲୁଚିଥିବା ଭାରତର ମୋଷ୍ଟ ୱାଂଟେଡ୍ ଦାଉଦ୍ ଇବ୍ରାହିମ କସ୍କରର ଘର, ହୋଟେଲ ଓ ଗେଷ୍ଟହାଉସ ଭଳି ଦାମୀ ସଂପତିର ନିଲାମୀକୁ ନେଇ ମୁମ୍ବାଇରେ ଏକ ପ୍ରକାର ଗରମାଗରମ ପରିସ୍ଥିତି ରହିଥିଲା ।

କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳ୍ୟ ଅନ୍ତର୍ଗତ ଆସୁଥିବା ରାଜସ୍ଵ ବିଭାଗ ବିଜ୍ଞାପନ ଜରିଆରେ  ନିଲାମର ସୂଚନା ଦେଇଥିଲେ।  ରାଜସ୍ଵ ବିଭାଗ ନଭେମ୍ବର ୧୪ରେ ହେବାକୁ ଥିବା ନିଲାମ ପାଇଁ ଟେଣ୍ଡର ଆହ୍ଵାନ କରିଥିଲେ। ଏଥିରେ ସାମିଲ ପ୍ରତ୍ୟେକ ସଂପତ୍ତିର ଆରକ୍ଷିତ ମୂଲ୍ୟ ଏକ କୋଟିରୁ ଦେଢ଼ କୋଟି ମୂଲ୍ୟ ରଖାଯାଇଥିଲା। ଏହି ହିସାବରେ ମୋଟ୍ ସଂପତ୍ତିର ମୂଲ୍ୟ ପ୍ରାୟ ୫ କୋଟିରୁ ସାଢ଼େ ୫ କୋଟି ଟଙ୍କା ରହିଥିଲା।

ଯାଣନ୍ତୁ କେତେରେ ନିଲାମ ହେଲା ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୁମ୍ବାଇ ସ୍ଥିତ ସଂପତ୍ତି

ପଢନ୍ତୁ, ଖାଦ୍ୟରେ ସ୍ଵାଦ ବୃଦ୍ଧି କରିପାରୁଥିବା ଏହି ପତ୍ର ଆପଣଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିପାରେ

Related posts

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ

ENO Beuro

ଆଜି ଖୋଲିବ ହୀରାକୁଦ ଗେଟ୍‌

ENO Beuro

ଜୁଲାଇ ୧୫ରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରାୟନ-୨

Ratnamani Moharana

1 comment

Leave a Comment