News

ଗିରଫ ହେଲା ଡନ୍‌ ଦାଉଦ୍‌ର ପୁତୁରା ରିଜ୍‌ବାନ୍‌ କାସକର

Untitled 1

ଗିରଫ୍‌ ହଲା ଦାଉଦ୍‌ ଇବ୍ରାହିମ୍‌ର ପୁତୁରା । ଅଣ୍ଡରଓ୍ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମର ପୁତୁରା ଓରଫ୍‌ ରିଜବାନ୍‌କୁ ଗିରଫ୍ କରିଛି ମୁମ୍ବାଇ ପୋଲିସ୍‌ । ନକଲୀ ଜିନିଷ ନେଣଦେଣ ମାମଲାରେ ରିଜ୍‌ବାନ୍‌କୁ ଗିରଫ କରାଯାଇଛି । ରିଜ୍‌ବାନ୍‌ କାସକର ହେଉଛି ଦାଉଦ୍‌ର ଭାଇ ଇକବାଲ କାସକରର ପୁଅ । ତା’ ନାଁରେ ଧମକ ଦେଇ ଦାଦା ବଟି ମାଗିବା ଭଳି ସାଂଘାତିକ ଅଭିଯୋଗ ରହିଛି। ଏହାପୂର୍ବରୁ ପୁଲିସ୍‌ ଦାଉଦ୍‌ର ଭାଇ ତଥା ରିଜୱାନର ବାପା ଇକବାଲ କାସକରକୁ ଗିରଫ କରିଥିଲା। ବର୍ତ୍ତମାନ ସେ ଥାଣେ ଜେଲରେ ରହିଛି।

Rizwan Arrest
Rizwan Arrest

ଦୁଇ ଦିନ ପୂର୍ବରୁ ଦାଉଦ୍‌ ଗ୍ୟାଙ୍ଗର ସଦସ୍ୟ ଫହିମର ଘନିଷ୍ଠ ସହଯୋଗୀ ଅହମ୍ମଦ ରାଜକୁ ମୁମ୍ବାଇ ପୁଲିସ୍‌ର ଆଣ୍ଟି ଏକ୍ସଟର୍ସନ ସ୍କ୍ୱାଡ୍‌ ଗିରଫ କରିଥିଲା। ତାକୁ ଜେରା କରିବା ବେଳେ ସେ ରିଜୱାନର ନାଁ କହିଥିଲା। ଏହି ତଥ୍ୟ ଆଧାରରେ ପୁଲିସ୍‌ ରିଜୱାନକୁ ଗିରଫ କରିଛି। ଏବେ ପୁଲିସ୍‌ ତାକୁ ଜେରା ଆରମ୍ଭ କରିଛି। ରିଜବାନ୍‌ ମୁମ୍ବାଇର ଅର୍ନ୍ତଜାତୀୟ ଏୟାପୋର୍ଟ ରେ ଭାରତ ଛାଡି  ଯିବାର ପ୍ରସ୍ତୁତ କରୁଥିବା ସମୟରେ କ୍ରାଇମ୍‌ ବ୍ରାଞ୍ଚ୍‌ ତାକୁ ଗରିଫ କରିଥିଲା । ତେବେ ପଚରାଉଚରା କରିବାରୁ ଦାଉଦ୍‌ ଇବ୍ରାହିମ୍‌ର ପୁତୁରା ବୋଲି ପରିଚୟ ମିଳିଥିଲା ।

ଆହୁରି ପଢନ୍ତୁ: ତକିଆ-ଚାଦର ନେଇ ବିଧାନସଭାରେ ରାତ୍ରିଯାପନ କଲେ କର୍ଣ୍ଣାଟକ ବିଧାୟକ

Related posts

୬ରୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

Ratnamani Moharana

ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜାଙ୍କ ଆତ୍ମହତ୍ୟା

ENO Beuro

ଛାତ ଭୁଶୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ , ଗୋଟିଏ ପରିବାର ୩ ଆହତ

ENO Beuro

Leave a Comment