News

ସାରା ରାଜ୍ୟରେ ଆଜିଠୁ ବଢିବ ଦିନର ତାପମାତ୍ରା :ମାଲକାନଗିରିରେ ସର୍ବାଧିକ ତାପମାତ୍ରା

ସର୍ବାଧିକ ମାଲକାନଗିରିରେ ତାପମାତ୍ରା ୩୪ ଡ଼ିଗ୍ରୀ

ଆଜି ଠାରୁ ଉପାନ୍ତରୁ ଉପକୂଳ ସାରା ରାଜ୍ୟରେ ଦିନର ତାପମାତ୍ରା ବଢିବ । ଫେବୃଆରୀ ୨୨ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ୩୭ ଡ଼ିଗ୍ରୀ ପାଖାପାଖି ସ୍ତରରେ ପହଂଚିବ । ୧୮ ଓ ୧୯ ତାରିଖରେ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ିର ପ୍ରଭାବ ରହିବ ବୋଲି ଆଂଚଳିକ ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି ।

ବୁଧବାର ଉପକୂଳ ଓ ଉତ୍ତର ଓଡ଼ିଶାରେ ଟ୍ରାପ ଲାଇନ ପ୍ରଭାବରୁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ସଂସ୍ଥା । ହେଲେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ଛାଡ଼ିଦେଲେ ରାଜ୍ୟ ସାରା ପାଗ ଶୁଖିଲା ଥିଲା । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ହାଲକା ବର୍ଷା ହୋଇଥିଲା । ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ଟିକେ ଅଧିକ ବଢିଥିବା ଅନୁଭବ କରାଯାଇଥିଲା ।

ବୁଧବାର କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ଓ ଦାରିଙ୍ଗିବାଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦ ଡ଼ିଗ୍ରୀ ଉପରେ ରହିଥିଲା । ମାଲକାନଗିରିରେ ତାପମାତ୍ରା ୩୪ ଡ଼ିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ୩୩.୪ ଥିବା ଜଣାଯାଇଛି ।


ପଢନ୍ତୁ ;

ଆସନ୍ତୁ ଜାଣିବା ବରଫକୁ ଆମେ କେଉଁ କେଉଁଥିରେ ବ୍ୟବହାର କରି ପାରିବା ?

Related posts

ଚକଡା ଓ ଅନ୍ୟାନ୍ୟ ରୋଗପୋକ ଆକ୍ରମଣରେ ଫସଲ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ

ENO Beuro

ଫେସବୁକରେ ‘ପ୍ରେମିକା’ ପୁରୁଷ ବୋଲି ଜାଣିବାପରେ ହତ୍ୟା କଲା ପ୍ରେମିକ

ENO Beuro

ଭିକ୍ଷାବୃତ୍ତି ମନା: ହାଇଦ୍ରାବାଦ୍‌ରେ ଦୁର୍ଘଟଣା ରୋକିବା ପାଇଁ ପୁଲିସ୍‌ ଜାରି କଲା ନୋଟିସ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More