Spread the loveଦୟା ନଦୀକୁ ପ୍ରଦୂଷଣ ମୁକ୍ତ କରିବାର ନିଷ୍ପତି ନେଲେ ସରକାର । ଅନ୍ୟ ନଦୀର ଜଳ ସାହାଯ୍ୟରେ ଦୟାର ଦୂଷିତ ଜଳକୁ ନିଷ୍କାସନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ... ଦୟା ନଦୀକୁ ପ୍ରଦୂଷଣ ମୁକ୍ତ କରିବାର ନିଷ୍ପତି ନେଲେ ସରକାର, ୧୫ ଦିନ ଭିତରେ ମିଳିବ ରିପୋର୍ଟ
Spread the love

ଦୟା ନଦୀକୁ ପ୍ରଦୂଷଣ ମୁକ୍ତ କରିବାର ନିଷ୍ପତି ନେଲେ ସରକାର । ଅନ୍ୟ ନଦୀର ଜଳ ସାହାଯ୍ୟରେ ଦୟାର ଦୂଷିତ ଜଳକୁ ନିଷ୍କାସନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ।

ଗଙ୍ଗୁଆ ନାଳ ଦୟା ନଦୀରେ ମିଶିବା ଏବଂ ତିନି ବର୍ଷ ଧରି ନଦୀରେ ବନ୍ୟା ହୋଇ ନଥିବାରୁ ଦୟା ନଦୀ ପ୍ରଦୂଷଣ ହେଉଛି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।

ପୂର୍ବରୁ ରାଜ୍ୟ ସରକାର ଜଣାଇଥିଲେ ଯେ ଦୟା ନଦୀର ପାଣି ଜହର ପାଲ଼ଟିଯାଇଛି। ଏହାର ଶାଖା ନଦୀ ଭାର୍ଗବୀ, ଲୁଣା ଓ ରତ୍ନଚିରାକୁ ବି ଏହା ପ୍ରଭାବିତ କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଆଜି ଅପରାହ୍ନରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ସ୍ଥିତିର ସମୀକ୍ଷା କରାଯାଇଛି। କେବଳ ସେତିକି ନୁହେଁ, ଦୟା ଓ ତାର ଶାଖା ନଦୀ ଗୁଡ଼ିକର ପାଣିର ମାନ ପରୀକ୍ଷା କରିବା ପାଇଁ ଆଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟେକ୍ନିକାଲ ଟିମ୍‌ ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଟିମ୍‌ ପାଣିର ନମୁନା ପରୀକ୍ଷା କରିବ ଓ କେମିତି ନିର୍ମଳ ହେବ ସେ ନେଇ ୧୫ ଦିନ ଭିତରେ ରିପୋର୍ଟ ଦେବ। ପାଣି ଯଦି ପାନୀୟ ଯୋଗ୍ୟ ହୋଇନଥିବ, ତେବେ ଆଖ ପାଖ ଗ୍ରାମରେ ପୋଖରୀ ଖୋଳାଯାଇ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଦୟା ନଦୀକୁ ପ୍ରଦୂଷଣ ମୁକ୍ତ କରିବାର ନିଷ୍ପତି ନେଲେ ସରକାର, ୧୫ ଦିନ ଭିତରେ ରିପୋର୍ଟ ମିଳିବ

ପଢନ୍ତୁ, ଆମେରିକା ସହିତ ସମସ୍ତ ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି ଉତ୍ତର କୋରିଆର ମିସାଇଲ ପରୀକ୍ଷଣ

No comments so far.

Be first to leave comment below.

Your email address will not be published. Required fields are marked *