News

ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ – ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି

ଦୟାନଦୀ ପାଣି ଦୂଷିତ ଏବୋଂ ଏହା ପୁରା ରାଜଧାନୀକୁ ପ୍ରଦୂଷିତ କରୁଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ପ୍ରଦୂଷଣ ଯୋଗୁଁ ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି । ରାଜଧାନୀ ସହରର ପ୍ରାୟତଃ ସମସ୍ତ ନାଳ ପାଣି ଗାଙ୍ଗୁଆ ନାଳରେ ପଡେ ଓ ଗାଙ୍ଗୁଆ ପାଣି ଦୟାନଦୀରେ ମିଶୁଥିବାରୁ ନଦୀ ପାଣି ପ୍ରଦୂଷିତ ହୋଇଛି ।

ଦୟାନଦୀ ପାଣିକୁ ନେଇ ଆଜି ସମୀକ୍ଷା ବୈଠକ ହୋଇଥିଲ। । ଏହି ସମସ୍ୟାର ସମାଧାନ ନିମିତ୍ତ ଗଙ୍ଗୁଆ ଓ ୬ଟି ସ୍ଥାନରେ ଏସଟିପିସି ଟ୍ରିଟମେଂଟ ପ୍ଲାଂଟ କରାଯିବ । ଏଥିଲାଗି ୮ଶହ କୋଟିର ବ୍ୟୟବରାଦ ହୋଇଛି ।

ଅଧାଅଧି କାମ ସାରିଥିବା ବେଳେ ସମୁଦାଯ କମ ସାରିବାକୁ ୨ ବର୍ଷ ଲାଗିବ ବୋଲି ସୂଚନା ମିଳିଛି  । ଦୟାନଦୀ ହେଉଛି କୁଆଖାଇ ନଦୀର ଶାଖାନଦୀ । ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ନଦୀ ୩୭ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ହୋଇଛି । ବିଶେଷକରି ଭୁବନେଶ୍ୱର ଉପକଣ୍ଠ ଅଂଚଳ ଏହାଦ୍ୱାରା ବେଶୀ ପ୍ରଭାବିତ ହେଉଛି ।

ଦୟା ନଦୀ ପାଖରେ ଥିବା ଭାର୍ଗବୀ, ଲୁନା ଓ ରତ୍ନଚିରା ନଦୀଗୁଡିକ ମଧ୍ୟ ପ୍ରଭାବିତ ହେଉଛି ବୋଲି ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି

ପ୍ରସିଦ୍ଧ ଧଉଳିଗିରି ଦୟା ନଦୀ କୂଳରେ ରହିଛି । ଇତିହାସ ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧର ଦୟା ନଦୀ ଏକ ମୁକ ସାକ୍ଷୀ ରୂପେ ଜଣାଜାଏ ।

ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ - ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି  ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ – ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି

ପଢନ୍ତୁ, ବିସିସିଆଇର ପୂର୍ବତନ ମହାପ୍ରବନ୍ଧକ ଏମଭି ଶ୍ରୀଧର ଙ୍କର ହୃଦଘାତରେ ପରଲୋକ

Related posts

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଜଳିଗଲା ୪ ପରିବାରର ୮ ବଖରା

Krishna Kumar Manoj

ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

Krishna Kumar Manoj

ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ !

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More