SPORTS

ଆଇପିଏଲ ୨୦୧୮: ଏଥର ଦୂରଦର୍ଶନରେ ହେବ ଆଇପିଏଲ ମ୍ୟାଚର ପ୍ରସାରଣ

ସବୁ ବର୍ଷ ଆଇପିଏଲ ମ୍ୟାଚର ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସରେ ଦେଖିବାକୁ ମିଳୁଥିଲା। କିନ୍ତୁ ଏଥର ୨୦୧୮ ଆଇପିଏଲ କ୍ରିକେଟ୍ ମ୍ୟାଚର ପ୍ରସାରଣ ଦୂର ଦର୍ଶନରେ ମଧ୍ୟ ହେବ। ଏହା ପ୍ରଥମ ଥର ଆଇପିଏଲର ମ୍ୟାଚ୍ ଦୂରଦର୍ଶନରେ ପ୍ରସାରଣ ହେବାକୁ ଯାଉଛି।

ଷ୍ଟାର ସ୍ପୋର୍ଟ୍ସ ଏଥିପାଇଁ ଜାତୀୟ ପ୍ରସାରଣକର୍ତ୍ତା ଦୂରଦର୍ଶନ ସହିତ ଚୁକ୍ତି କରିଛନ୍ତି।

ପ୍ରସାର ଭାରତୀ ଅନୁସାରେ ଯେଉଁ ଲୋକ ପେ ଚ୍ୟାନେଲ ପାଇଁ ଟଙ୍କା ଦେଇ ପାରୁ ନାହାନ୍ତି ସେମାନେ ଏବେ ଦୂର ଦର୍ଶନରେ ଆଇପିଏଲରେ ମଜା ନେଇ ପାରିବେ।

ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ରବିବାର ଆଇପିଏଲର ଗୋଟିଏ ମ୍ୟାଚ୍ ଦୂଦର୍ଶନରେ ପ୍ରସାରଣ ହେବ, ମାତ୍ର ଏହି ପ୍ରସାରଣ ଏକ ଘଣ୍ଟା ବିଳମ୍ବରେ ହେବ। ଏହା ବ୍ୟତୀତ ଶୁଭାରମ୍ଭ ସମାରୋହ ଓ ସମାପନ ସମାରୋହର ପ୍ରସାରଣ ଦୂରଦର୍ଶନରେ ମଧ୍ୟ କରାଯିବ। ଦୂରଦର୍ଶନରେ ଆଇପିଏଲ ମ୍ୟାଚର ପ୍ରସାରଣ ଲାଇଭ ନୁହେଁ ଡି-ଡାଇଭ ମାଧ୍ୟମରେ ଏକ ଘଣ୍ଟା ବିଳମ୍ବରେ ହେବ। ଦୂର ଦର୍ଶନ ସମସ୍ତ ଆଇପିଏଲ ମ୍ୟାଚ୍ ନୁହେଁ, କେବଳ ବଛା ବଛା ମ୍ୟାଚର ପ୍ରସାରଣ କରିବ।

ଉଲ୍ଲେଖଯୋଗ୍ୟ ପ୍ରସାର ଭାରତୀର ସିଇଓ ଶଶାଙ୍କ ଶେଖରଙ୍କ ଅନୁସାରେ ଷ୍ଟାର ସ୍ପୋର୍ଟ୍ସ ସହିତ ଦୂରଦର୍ଶନର ଏହି ଅନୁବନ୍ଧ ବିଜ୍ଞାପନରେ ୫୦-୫୦ ପ୍ରତିଶତ ଭାଗିଦାରୀ ଆଧାରରେ କରାଯିବ। ଏହା ବ୍ୟତୀତ ଦୂରଦର୍ଶନର ଦର୍ଶକଙ୍କ ପାଇଁ ପ୍ରତିଦିନ ହାଇଲାଇଟ୍ସର ପ୍ୟାକେଜ ଦେବାକୁ ଷ୍ଟାର ସ୍ପୋର୍ଟ୍ସ ରାଜି ହୋଇଛି। କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଆଇପିଏଲର ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋର୍ଟ୍ସକୁଦ ଦେଇଥିଲେ। ଯାହାକୁ ଷ୍ଟାର ସ୍ଵୀକାର କରିଛି।

ଆଇପିଏଲ ୨୦୧୮: ଏଥର ଦୂରଦର୍ଶନରେ ହେବ ଆଇପିଏଲ ମ୍ୟାଚର ପ୍ରସାରଣ ipl

ପଢନ୍ତୁ; ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି ସବୁ ଜୁସ୍

Related posts

ୟୁଏସ୍‌ ଓପନ୍‌: ଜୋକୋଭିକ୍‌ଙ୍କୁ ୧୪ତମ ଗ୍ରାଣ୍ଡସ୍ଲାମ

ENO Beuro

ଶ୍ରୀଶାନ୍ତ ଆଜୀବନ ବାସନ୍ଦ : ବିସିସିଆଇକୁ ଉଚ୍ଚତମ ନ୍ୟାୟାଳୟ ନୋଟିସ୍‌

ENO Beuro

ସୁଶୀଲ କୁମାର – ନାସନାଲ ରେସଲିଙ୍ଗରେ ମାତ୍ର ୧ ମିନଟି ୩୩ ସେକେଣ୍ଡ ଲଢି ସ୍ଵର୍ଣ୍ଣପଦକ ଜିତିଲେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More