EnewsOdia.Com

ଅସ୍ତରଙ୍ଗ ବେଳାଭୂମିରେ ପଡିଛି ୪୮ ଫୁଟର ମୃତ ତିମି

ପୁରୀ ଜିଲ୍ଲା ଅସ୍ତରଙ୍ଗର ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଏକ ବିଶାଳକାୟ ତିମି ମାଛର ମୃତଦେହ ଠାବ ହୋଇଛି। ଗତକାଲି ସନ୍ଧ୍ୟାରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳୁ ଅସ୍ତରଙ୍ଗ ବନ କର୍ମଚାରୀ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ ତିମିକୁ ଉଦ୍ଧାର କରିଥିଲେ। ମୃତ ତିମିଟି ୩୦ ଫୁଟ ଊର୍ଦ୍ଧ୍ୱ ଲମ୍ବା ହେବ। ଏହି ତିମି ମାଛଟି blue whale ପ୍ରଜାତିର ହେବ ବୋଲି ଜଣାପଡ଼ିଛି। ମୃତ ତିମିର କିଡନୀ ଓ ଫୁସଫୁସ୍‌ରେ କ୍ଷତ ସୃଷ୍ଟି ହୋଇଥିବା ସୂଚନା ମଳିଛି।

ପଶୁ ଚିକିତ୍ସକଙ୍କ କହିବାନୁଯାୟୀ, କୌଣସି ଜାହାଜରେ ତିମିଟି ମାଡ ହେବା ପରେ ତାର ମୃତ୍ୟୁ ହୋଇଥାଇପାରେ। କେଳୁଣୀ ମୁହାଣ ନିକଟରେ ୨୦୧୪ରେ ଏକ ସ୍ପର୍ମ ପ୍ରଜାତିର ୩୨ଫୁଟ ଲମ୍ବର ତିମି ଉଦ୍ଧାର ହୋଇଥିଲା। ଏହି ତିମିର କଙ୍କାଳକୁ ଭୁବନେଶ୍ୱର ସ୍ଥିତ ରିଜିଓନାଲ ମ୍ୟୁଜିୟମ୍‌ ଅଫ ନାଚୁରାଲ ହିଷ୍ଟୋରିରେ ରଖାଯାଇଛି।

ପଢନ୍ତୁ: ବିଜୁବାବୁଙ୍କ ଜୟନ୍ତୀରେ ୨୦୦୦ ଲୋକଙ୍କୁ ମାଗଣା ଚା’ ବାଣ୍ଟିଲେ ବ୍ରଜଭାଇ

ସମ୍ବନ୍ଧିତ ଖବର

କାଲିଠୁ ବର୍ଷା; ନୂଆ ବର୍ଷରୁ ଥରିବ ଓଡ଼ିଶା

Ratnamani Maharana

ମକର ସଂକ୍ରାନ୍ତି ପାଇଁ ଛୁଟି ରହିବ ସମସ୍ତ ସ୍କୁଲ , କଲେଜ ଓ ସରକାରୀ କାର୍ଯ୍ୟଳୟ

Ratnamani Maharana

ଚାଲାଣ କାଟିବାପରେ ମୁହଁ ଖୋଲିଲେ ବାବୁସାନ

Ratnamani Maharana

ଇଣ୍ଟରନେଟରେ Coronavirus ସର୍ଚ୍ଚ କରିବା ପଡିପାରେ ମହଙ୍ଗା

Ratnamani Maharana

ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ଥଣ୍ଡା ପବନ

Ratnamani Maharana

ଓଡ଼ିଶାରେ ପ୍ରଥମ କରୋନା ରୋଗୀ !

Ratnamani Maharana