Loading...

ବେଲେଶ୍ବରରୁ ମିଳିଲା ସମୁଦ୍ରରେ ବୁଡି ନିଖୋଜ ଥିବା ବାଲେଶ୍ବରର ବଂଶୀଧର ବେହେରାଙ୍କ ମୃତଦେହ

ବେଲେଶ୍ବରରୁ ମିଳିଲା ସମୁଦ୍ରରେ ବୁଡି ନିଖୋଜ ଥିବା ବାଲେଶ୍ବରର ବଂଶୀଧର ବେହେରାଙ୍କ ମୃତଦେହ

ସମୁଦ୍ରରେ ବୁଡି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଗତ ଶନିବାର ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ନିଖୋଜ ହୋଇଯାଇଥିବା ବାଲେଶ୍ବରର ବଂଶୀଧର ବେହେରାଙ୍କ ମୃତଦେହ ପୁରୀ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ଉଦ୍ଧାର କରିଛି ।

ସମୁଦ୍ରରେ ବୁଡି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଗତ ଶନିବାର ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ନିଖୋଜ ହୋଇଯାଇଥିବା ବାଲେଶ୍ବରର ବଂଶୀଧର ବେହେରାଙ୍କ ମୃତଦେହ ପୁରୀ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ଉଦ୍ଧାର କରିଛି ।ଗତକାଲି ରାତିରେ ବେଲେଶ୍ବର ମନ୍ଦିର କଇଁଛ ଘର ନିକଟସ୍ଥ ସମୁଦ୍ରକୂଳରୁ ବଂଶୀଧରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଏ ନେଇ ମେରାଇନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଶନିବାର ବଂଶୀଧର ପୁରୀ ବୁଲିବାକୁ ଆସିଥିବାବେଳେ ନିଜ ପୁଅ ସହ ସମୁଦ୍ରରେ ଗାଧୋଉଥିଲେ। ବଂଶୀଧର ହଠାତ ଗଭୀର ସମୁଦ୍ରକୁ ଭାସିଯାଇ ବୁଡି ଯାଇଥିଲେ। ଏହା ପରେ ଓଡ୍ରାଫ ଟିମ ପକ୍ଷରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା। ମାତ୍ର ତାଙ୍କର ପତ୍ତା ମିଳିନଥିଲା। ତେବେ ଗତକାଲି ବେଲେଶ୍ବର ମନ୍ଦିର କଇଁଛ ଘର ନିକଟସ୍ଥ ସମୁଦ୍ରକୂଳରୁ ପୋଲିସ ତାଙ୍କୁ ଉଦ୍ଧାର କରିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.