News

ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର !

ଦ୍ୱିତୀୟ ସ୍ତ୍ରୀଙ୍କ ପରକୀୟା ପ୍ରୀତି ସହି ନ ପାରି ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ସ୍ଥିତ କାନନବିହାର କପିଳେଶ୍ୱର ମନ୍ଦିର ପରିସରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଦିଲୀପ ପରିଚ୍ଛା। ତାଙ୍କ ଘର ଭଦ୍ରକ ଜିଲ୍ଲା ଆଗରପଡ଼ାରେ। ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି । ସକାଳ ପ୍ରାୟ ୬ଟା ସମୟରେ ଦିଲ୍ଲୀପ ମନ୍ଦିର ପ୍ରାଙ୍ଗଣରେ ଚିତ୍‌ ହୋଇ ପଡିଥିବା ବେଳେ ତାଙ୍କ ପାଟି ଏବଂ ନାକ ବାଟେ ବାନ୍ତି ହୋଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ, ଦିଲ୍ଲୀପ ପୂର୍ବରୁ ବିବାହିତ ଥିଲେ। ଗ୍ରାମରେ ତାଙ୍କର ସ୍ତ୍ରୀ ଏବଂ ଏକ ଝିଅ ଥିବା ବେଳେ ସେ ଘର ପାଖର ଅନ୍ୟଜଣେ ଝିଅକୁ ଭଲ ପାଇ ଗତ ୮ ମାସ ହେବ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବରଦେବୀ ବସ୍ତିରେ ରହୁଥିଲେ। ସେ ନୀଳାଦ୍ରିବିହାର ନିକଟ ଲୁମ୍ବିନି ବିହାରରେ ଥିବା ଗ୍ରାଣ୍ଡ ଲୁମ୍ବିନିରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ। ବସ୍ତିରେ ରହିବା ସମୟରେ ଦିଲ୍ଲୀପଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ସହ ନିକଟରେ ଥିବା ଏକ ଆପାର୍ଟମେଣ୍ଟର କେୟାରଟେକରଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ଫଳରେ ଦିଲ୍ଲୀପ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା।

ମଙ୍ଗଳବାର ସନ୍ଧ୍ୟାରେ ପୁଣି ଥରେ ଉଭୟଙ୍କ ମଧ୍ୟରେ ଜୋରସୋର ଝଗଡା ଲାଗିବାରୁ ଏହାକୁ ସହି ନ ପାରି ଦିଲ୍ଲୀପ ଘରୁ ବାହାରି ଆସି ମନ୍ଦିର ପ୍ରାଙ୍ଗଣରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ ପୋଲିସ ଜବତ କରିଛି। ଏହି ନୋଟରେ ଦିଲ୍ଲୀପ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ଲେଖିଥିଲେ ହେଁ ସ୍ତ୍ରୀ ଏବଂ ସମ୍ପୃକ୍ତ ଯୁବକଙ୍କ ମୋବାଇଲ ନଂ ଲେଖିଥିବାରୁ ଏହା ପରକୀୟା ପ୍ରୀତି ଯୋଗୁ ଘଟିଥିବା ପୋଲିସ ସନ୍ଦେହ କରୁଛି। ପୋଲିସ ଏନେଇ ୨୧/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍‌ପିଟାଲକୁ ପଠାଇବା ସହ ଦ୍ୱିତୀୟ ସ୍ତ୍ରୀ ଏବଂ ଉକ୍ତ କେୟାରଟେକରଙ୍କୁ ଅଟକ ରଖିଛି।

ପଢନ୍ତୁ ;

ଏହି ୮ଟି ଜିଲ୍ଲାରେ ହେବ ଝଡ଼ତୋଫାନ, ସତର୍କ ସୂଚନା ଦେଲା ପାଣିପାଗ ବିଭାଗ !

Related posts

ଭାରତ ବନ୍ଦ: ପଞ୍ଜାବ, ବିହାର, ଓଡ଼ିଶାରେ ରେଳସେବା ଠପ୍‌

ENO Beuro

ପରଲୋକରେ ଓଡ଼ିଆ ସିନେମା ନିର୍ଦ୍ଦେଶକ ଚକ୍ରଧର ସାହୁ

ENO Beuro

ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ : ବଳତ୍କାରର ମୂଲ୍ୟ କ’ଣ ମାତ୍ର ୬ ହଜାରେ ଟଙ୍କା ?

ENO Beuro

Leave a Comment