News

ଧୋକା ଦେଲା ପ୍ରେମିକ : ଜୀବନ ହାରିଲେ କିନ୍ନର

କିନ୍ନରଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ସାଲିଆସାହିରୁ ଉଦ୍ଧାର

ପ୍ରେମିକ ଧୋକା ଦେବାରୁ ସୋମବାର ଜଣେ କିନ୍ନର ବେକରେ ଶାଢୀ ଗୁଡାଇ ଆତ୍ମହତ୍ୟା କରିଛନ୍ତି । ମରୁତ କିନ୍ନରଙ୍କ ନାମ ପ୍ରିୟଦର୍ଶିନୀ (୨୨) । ଘର ଖୋର୍ଦ୍ଧା ଟାଙ୍ଗୀ । ସେ ଦୀର୍ଘ ଦିନ ହବ ନୂଆ ପଲ୍ଲି ଥାନା ଅନ୍ତର୍ଗତ ସାଲିଆସାହି ଗଣପତିନଗରରେ ରହୁଥିଲେ ।

ପୁଲିସ ସୂଚନା ଅନୁସାରେ ପ୍ରିୟଦର୍ଶିନୀ ସାଲିଆସାହି ଅଞ୍ଚଳରେ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଉଭୟ ପତି-ପତ୍ନୀ ପରି ଚଳୁ ଥିଲେ । ଦୀର୍ଘଦିନର ପ୍ରେମ ସମ୍ପର୍କ ଭିତରେ ଯୁବକ ଜଣକ ତାଙ୍କ ଠାରୁ ଲାକ୍ଷାଧିକ ଟଙ୍କା ନେଇଥିଲେ ।

ଏହା ଭିତରେ ଯୁବକ ଅନ୍ୟ ଜଣେ ଯୁବତୀଙ୍କ ସହିତ ସମ୍ପର୍କ ରଖିଥିବା ପ୍ରିୟଦର୍ଶିନୀ ଜାଣିବାକୁ ପାଇ ଥିଲେ । ତେଣୁ ପ୍ରିୟଦର୍ଶିନୀ ଯୁବକଙ୍କୁ ବାରଣ କରୁଥିଲେ । ତେଣୁ ସମ୍ପୃକ୍ତ ଯୁବକ ଅଧିକାଂଶ ସମୟରେ ପ୍ରିୟଦର୍ଶିନୀଙ୍କୁ ମାର ଧର କରୁଥିଲେ ।

ଆଜି ସକାଳେ ପ୍ରିୟଦର୍ଶିନୀ ଯୁବକଙ୍କୁ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ପ୍ରିୟଦର୍ଶିନୀଙ୍କୁ ମାଡ ମାରି ପଳାଇଥିଲେ । ପ୍ରେମିକ ଧୋକା ଦେବା ପରେ ପ୍ରିୟଦର୍ଶିନୀ ମର୍ମାହତ ହୋଇ ପଡିଥିଲେ । ତେଣୁ ସେ ଘରୁ ପଳାଇ ଯାଇଥିଲେ ।

ସାଲିଆସାହି ଦୁର୍ଗାମଣ୍ଡପ ପଛରୁ ପ୍ରିୟଦର୍ଶିନୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । କିନ୍ନରଙ୍କ ମୃତଦେହକୁ ସୋମବାର ସକାଳୁ ଦେଖି ସ୍ଥାନୀୟ ଲୋକେ ନୟାପଲ୍ଲୀ ଥାନା ପୁଲିସକୁ ସୂଚନା ଦେଇଥିଲେ ।

ଘଟଣାସ୍ଥଲରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲା। କିନ୍ତୁ ପୋଷ୍ଟମର୍ଟମ ପୂର୍ବରୁ କିନ୍ନରମାନେ କ୍ୟାପିଟାଲ ହସ୍ପିଟାଲ ପହଞ୍ଚି ଉତ୍ତେଜନା ପ୍ରକାଶ କରିଛନ୍ତି ।

ଉତ୍ତେଜିତ କିନ୍ନରମାନଙ୍କୁ ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଅନ୍ୟପଟରେ କିନ୍ନରମାନେ ଅଭିଯୋଗ କରିଛନ୍ତି ଯେ, କିନ୍ନରଙ୍କୁ ତାଙ୍କ ପୁରୁଷ ବନ୍ଧୁ ହତ୍ୟା କରିଛନ୍ତି ।

ଧୋକା ଦେଲା ପ୍ରେମିକ : ଜୀବନ ହାରିଲେ କିନ୍ନର transjender

ପଢନ୍ତୁ ;

ବିଦେଶୀ ସେଲିବ୍ରିଟିଙ୍କ ସହ ମାଗାଜିନ୍‌ କଭର ପେଜ୍‌ରେ ଐଶ୍ୱର୍ଯ୍ୟା

Related posts

ଆସନ୍ତାକାଲିଠାରୁ ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ

ENO Beuro

୧୫,୧୬୭ କୋଟି ବିମାର ଦାବିଦାର ନାହାନ୍ତି

ENO Beuro

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା,ଯାତାୟାତ ଠପ୍‍

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More