News

ରାଜଧାନୀ : କାର୍‌ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

bbsr

ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାର୍ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ କିଏ ଏହା ଜଣାପଡିନାହିଁ। ଯୁବତୀଙ୍କୁ ହତ୍ୟା କରାଯାଇଛି କିମ୍ବା ଯୁବତୀଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

bbsr

ସୂଚନାଯୋଗ୍ୟ,ଆଜି ସକାଳେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲୁଇସ ରୋଡର ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କାରଟି ରାସ୍ତା ଉପରେ ରଖାଯାଇଥିବା ବେଳେ ଗାଡିର ଆଗ ସିଟ ଓ ଡ୍ରାଇଭରର ସିଟ ଉପରେ ମହିଳାଙ୍କ ମୃତଦେହ ତଳକୁ ମୁହଁ କରି ପଡି ରହିଥିବାର ଜଣା ପଡିଛି। କାରର ଡାହାଣ ପଟଟି ଦୁର୍ଘଟଣା ହୋଇ ଚେପା ହୋଇଥିବାର ଦେଖିବାକୁ ମିଳିଛି। ଗାଡି ଭିତରେ ମହିଳାଙ୍କ ମନିପର୍ସ, ବ୍ୟାଗ ଇତ୍ୟାଦି ପଡିଛି। ତେବେ ତାଙ୍କୁ ହତ୍ୟା କରାଯାଇଛି କି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ। ତେବେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ପଢନ୍ତୁ; ଲିଲିମା ପାଇବେ ଏକଲବ୍ୟ ପୁରସ୍କାର

Related posts

ମୌସୁମୀ ଅପେକ୍ଷା ବଢିଲା, ୯ ରୁ ୧୧ ତାରିଖ ଭିତରେ ଆସିବ ମୌସୁମୀ

ENO Beuro

ହାଜର ହେଲେନି ଆୟାର,ଚିଠି ଲେଖି କ୍ଷମା ମାଗିଲେ

ENO Beuro

ବାହାରିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ : ଗତବର୍ଷ ଅପେକ୍ଷା କମିଲା ପାସ୍ ହାର

ENO Beuro

Leave a Comment