News

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢିଲା

DA

ମହଙ୍ଗା ଭତ୍ତା ୩ପ୍ରତିଶତ ବୃଦ୍ଧି

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୩ ପ୍ରତିଶତ ମହଙ୍ଗା ଭତ୍ତା ବଢାଇବାର ସପ୍ତାହିକ ମଧ୍ୟରେ ରାଜ୍ୟସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ୩% ବୃଦ୍ଧି କରିଛନ୍ତି। ୨୦୧୯ ଜାନୁଆରୀ ପହିଲାରୁ ପିଛଲା ଭାବେ ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବ ।

ଏବେଠୁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ୯ରୁ ୧୨ ପ୍ରତିଶତ ମହଙ୍ଗାଭତ୍ତା ପାଇବେ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ୪୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ସେହିଭଳି ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇପାରିବେ।

ସୂଚନାଯୋଗ୍ୟ, ଫେବୃଆରୀ ୧୯ ତାରିଖରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୩ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଥିଲେ। କେନ୍ଦ୍ର କ୍ୟାବିନେଟ୍ ସରକାରୀ କର୍ମଚାରୀ ଓ ପେନସନ୍ ଉପଭୋକ୍ତାଙ୍କ ପାଇଁ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ ରାଜ୍ୟ ସରକାର

ପଢନ୍ତୁ;  ସ୍କାଇମେଟର ପୂର୍ବାନୁମାନ: ଏଥର ସ୍ଵାଭାବିକ ମୌସୁମୀ

Related posts

କାବୁଲରେ ବିସ୍ଫୋରଣ, ୬୦ରୁ ଅଧିକ ମୃତ !

ENO Beuro

ଟିଭି ସାମ୍ବାଦିକାଙ୍କୁ ଗଳା କାଟି ହତ୍ୟା

ENO Beuro

ଟ୍ୱିଟ କଲାପରେ ନିଜ ମ୍ୟାସେଜ ପୁଣି ପଢିପାରିବେ : ଟ୍ୱିଟର ଆଣୁଛି ବୁକମାର୍କ ଫିଚର

ENO Beuro

Leave a Comment