Loading...

ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରବି ଟଣ୍ଡନଙ୍କ ଦେହାନ୍ତ

ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରବି ଟଣ୍ଡନଙ୍କ ଦେହାନ୍ତ

ବଲିଉଡ ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ଓ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବାପା ରବି ଟଣ୍ଡନଙ୍କର ଦେହାନ୍ତ ହୋଇଛି ।

ବଲିଉଡ ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ଓ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବାପା ରବି ଟଣ୍ଡନଙ୍କର ଦେହାନ୍ତ ହୋଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ହୋଇଥିଲା । ଶୁକ୍ରବାର ସକାଳେ ମୁମ୍ବାଇର ଜୁହୁରେ ଥିବା ତାଙ୍କ ଘରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ୀତ ଥିଲେ। ରବିନା ଟଣ୍ଡନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖି ଏହି ସୂଚନା ଦେଇଛନ୍ତି ।

ରବି ଟଣ୍ଡନ ତାଙ୍କ କ୍ୟାରିଅରରେ ଅନେକ ସୁପର ହିଟ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।  ସେ ‘ଖେଲ ଖେଲ ମେଁ’, ‘ନଜରାନା’, ‘ମଜବୁର’, ‘ଖୁଦ୍ଦାର’, ଓ ‘ଜୀନ୍ଦେଗୀ’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ବୀନା । ରାଜୀବ ଟଣ୍ଡନ ଓ ରବୀନା ଟଣ୍ଡନ ତାଙ୍କର ଦୁଇଜଣ ପୁଅ ଝିଅ।    

ଫଟୋ ସହିତ ରବିନା ଟଣ୍ଡନ ଭାବୁକ ପୋଷ୍ଟ ଲେଖିଛନ୍ତି ।  ରବିନା କହିଛନ୍ତି ବାପା ତାଙ୍କ ସହିତ ରହିବେ ଓ ସବୁବେଳେ ଭଲପାଇବେ। ସେ ଲେଖିଛନ୍ତି “ଆପଣ ସବୁବେଳେ ମୋ ସହିତ ରହିବେ, ମୁ ସବୁବେଳେ ଆପଣଙ୍କ ଭଳି ରହିବି । ମୁଁ କେବେବି ଆପଣଙ୍କୁ ଛାଡ଼ିପାରିବି ନାହିଁ। ଲଭ ୟୁ ପାପା”   

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.