• Home
  • News
  • କଟକ ଶିଶୁଭବନରେ ଚିରଦିନ ପାଇଁ ଆଖି ବୁଜିଲେ ଯୋଡ଼ା ଶରୀର ଶିଶୁ ଗଙ୍ଗା ଯମୁନା
News

କଟକ ଶିଶୁଭବନରେ ଚିରଦିନ ପାଇଁ ଆଖି ବୁଜିଲେ ଯୋଡ଼ା ଶରୀର ଶିଶୁ ଗଙ୍ଗା ଯମୁନା

ଆଖି ବୁଜିଲେ ଯୋଡ଼ା ଶରୀର ଶିଶୁ ଗଙ୍ଗା ଯମୁନା

ବହୁ ଚର୍ଚ୍ଚିତ ଯୋଡ଼ା ଶରୀର ଶିଶୁ ଗଙ୍ଗା ଯମୁନାଙ୍କର ଗତକାଲି ରାତିରେ କଟକ ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପଞ୍ଚିରିଡ଼ା ମାନପୁର ପଞ୍ଚାୟତ ଖଳିପାଟଣା ଗାଁର କିଶୋର କୁମାର ଦତ୍ତଙ୍କ ସ୍ତ୍ରୀ ସୁମିତ୍ରା ଚଳିତ ମାସ ୧ ତାରିଖ ଦିନ ଜନ୍ମ ଦେଇଥିଲେ ଏହି ଯୋଡା ଶରୀର ଶିଶୁଙ୍କୁ । ଗଙ୍ଗା-ଯମୁନାଙ୍କ ମୃତ୍ୟୁ ନେଇ ଶିଶୁଭବନ ଅଧୀକ୍ଷକ ସରୋଜ ଶତପଥୀ କହିଛନ୍ତି,“ ପୂର୍ବ ପରି ସେମାନେ ଅସୁସ୍ଥ ଥିଲେ। ସେମାନଙ୍କ ଚିକିତ୍ସା କରାଯାଉଥିଲା। ଉଭୟଙ୍କ ହୃତ୍ ସ୍ପନ୍ଦନ ବନ୍ଦ ହୋଇ ଯିବାରୁ ମୃତ୍ୟୁ ଘଟିଛି।”

ନୟାଗଡ଼ ସହରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଚଳିତ ମାସ ୧ ତାରିଖ ଦିନ ରାତି ପ୍ରାୟ ୮ଟାରେ ଏହି ଯୋଡ଼ା ଶରୀର ଶିଶୁ ଜନ୍ମ ହେବା ପରେ ସେମାନଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ଉଭୟ ଶିଶୁଙ୍କ ଛାତି ବେକ ପାଖରୁ ଅଣ୍ଟା ପର୍ଯ୍ୟନ୍ତ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ସୂଚନା ମିଳିଥିଲା ଯେ ଯୋଡା ଶରୀର ଏହି ଶିଶୁଙ୍କର ଗୋଟିଏ ହୃଦୟ ଓ ଗୋଟିଏ ଯକୃତ ଥିଲା ।

ଜଗାବଳିଆଙ୍କ ପରି ଏହି ଶିଶୁଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ଚିକତ୍ସା ଖର୍ଚ୍ଚ ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଥିଲେ। ମାତ୍ର ଡାକ୍ତରଙ୍କ ସତଚେଷ୍ଟା ସତ୍ତ୍ୱେ ଏହି ଶିଶୁଦ୍ୱୟଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରି ନାହିଁ। ଶେଷକୁ ଚିରଦିନ ପାଇଁ ଆଖି ବୁଜିଲେ ଯୋଡ଼ା ଶରୀର ଶିଶୁ ଗଙ୍ଗା ଯମୁନା ।

Ganga Jamuna  କଟକ ଶିଶୁଭବନରେ ଚିରଦିନ ପାଇଁ ଆଖି ବୁଜିଲେ ଯୋଡ଼ା ଶରୀର ଶିଶୁ ଗଙ୍ଗା ଯମୁନା Ganga Jamuna

ପଢନ୍ତୁ ଓ ଜାଣନ୍ତୁ , ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ହୋଇପାରେ ବ୍ରେନ କ୍ୟାନସର

Related posts

ବନ୍ଦ ପଡ଼ିଥିବା ବୁର୍ଲାର ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ପୁଣି ଖୋଲିଲା

Krishna Kumar Manoj

Seven Judo Talents Selected To Take Part In The National Judo Championship

Krishna Kumar Manoj

ଦାଭୋସରେ ବିଶ୍ୱ ଆର୍ଥିକ ମଂଚ ଡବ୍ଲ୍ୟୁଇଏଫ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିବେ :ନରେନ୍ଦ୍ର ମୋଦି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More