News

ଅଧ୍ୟାଦେଶ ଆଣିପାରନ୍ତି ସରକାର : ନାବାଳିକା ବଳାତ୍କାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

ଶିଶୁ ନିର୍ଯାତନା ଆଇନ ପକ୍ସୋରେ ସଂଶୋଧନ ଆଣିବାକୁ ଚାହୁଁଛନ୍ତି ମୋଦି ସରକାର

୧୨ ବର୍ଷରୁ କମ୍ ବୟସର ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତ ମାନଙ୍କୁ ଏଣିକି ମୃତ୍ୟୁଦଣ୍ଡ ପ୍ରଦାନ କରାଯିବ । ଏଥିପାଇଁ ପ୍ରଚଳିତ ପକ୍ସୋ ଆଇନରେ ସଂଶୋଧନ ଅଣାଯିବ । ବର୍ତମାନ ଏହି ଆଇନରେ ସର୍ବନିମ୍ନ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ସର୍ବାଧିକ ଆଜୀବନ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ହେଲେ କାଠୁଆ ଓ ଉନ୍ନାଓ ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଯେଭଳି ଉଦବେଗ ପ୍ରକାଶ ପାଇଛି । ତାହାକୁ ଦେଖି ଆଇନରେ ସଂଶୋଧନ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ।

ଏଥିପାଇଁ ଆବଶ୍ୟକ ପଡିଲେ ଅଧ୍ୟାଦେଶ ଆଣିବେ ମୋଦି ସରକାର । ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି । ଦିଲ୍ଲୀ ନିର୍ଭୟାକାଣ୍ଡ ପରେ ୨୦୧୨ରେ ଅପରାଧ ଆଇନରେ ସଂଶୋଧନ କରି ଧର୍ଷଣକାରୀଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯାଇଥିଲା ।

ଠିକ ସେହିପରି ଶିଶୁ ନିର୍ଯାତନା ଆଇନ ପକ୍ସୋ-୨୦୧୨ରେ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୋର୍ଟଙ୍କୁ ଜଣାଇଛନ୍ତି ଅତିରିକ୍ତ ସଲିସିଟର ଜେନେରାଲ ପିଏସ ନରସିଂହା । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ସଚିବଙ୍କ ଏ ସଂପର୍କିତ ଏକ ଚିଠି ମଧ୍ୟ ସେ କୋର୍ଟଙ୍କୁ ପ୍ରଦାନ କରିଥିଲେ ।

ପଢନ୍ତୁ ;

ବହୁତ ଜଲଦି ପରଦାକୁ ଆସିବ ନୂତନ ଓଡିଆ ସିନେମା ‘୪ ଇଡିଟସ’

Related posts

ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶ କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ENO Beuro

ଦେବ ଦେବ ମହାଦେବଙ୍କ ଠାରେ ଲାଗି କରନ୍ତୁ ନାହିଁ ଏହି ସବୁ ଦ୍ରବ୍ୟ , ଅଶୁଭ ହୋଇପାରେ

ENO Beuro

ଲଗାଣ ବର୍ଷା ପାଇଁ ସୁନ୍ଦରଗଡ ଏବଂ କେନ୍ଦ୍ରାପଡ଼ାର ସମସ୍ତ ସ୍କୁଲ ଛୁଟି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More