EnewsOdia.Com

ଡରାଇଲାଣି ଫାଶୀ, ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ

ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୩ ରେ ଫାଶି ଦିଆଯିବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ପଟିଆଲା ହାଉସ୍‌ କୋର୍ଟ ଜାରି କରିଛନ୍ତି ସାନି ଡେଥ୍‌ ୱାରେଣ୍ଟ। ନୂଆ ଡେଥ୍‌ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଏକକାଳୀନ ଫାଶି ଦିଆଯିବ। ହେଲେ ତା’ପୂର୍ବରୁ ଦୋଷୀମାନେ ତାଙ୍କର ଗୋଟିଏ ପରେ ଗୋଟିଏ ଚାଲ୍‌ ଚଳାଇବାରେ ଲାଗିଛନ୍ତି। ଗତକାଲି ତିହାର ଜେଲରେ ଦେଖିବାକୁ ମିଳିଛି ହାଇଭୋଲଟେଜ ଡ୍ରାମା। ଏଭଳି କିଛି ଡ୍ରାମା କରିଛି ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ବିନୟ ଶର୍ମା ଜେଲ୍ କାନ୍ଥରେ ମୁଣ୍ଡ ପିଟି ପିଟି ନିଜକୁ ଆହତ କରିଛି ବିନୟ । କେବଳ ସେତିକି ନୁହେଁ ଜେଲ୍ ଗ୍ରୀଲରେ ହାତ ପୁରାଇ ଫ୍ରାକ୍ଚର କରିବାକୁ ମଧ୍ୟ ଉଦ୍ୟମ କରିଛି । ଏହାପରେ ତାକୁ ପ୍ରାଥମିକ ଚିକିତ୍ସା କରାଯାଇଛି।

ଆସନ୍ତା ୩ ତାରିଖରେ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶି ଦେବା ନେଇ ଦିଲ୍ଲୀ ପଟିଆଲା କୋର୍ଟ ତୃତୀୟ ଥର ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ସେପଟେ କଡ଼ା ସୁରକ୍ଷାବଳୟ ଓ ତୀକ୍ଷଣ ନଜର ଭିତରେ ବିନୟଙ୍କୁ ତିହାର ଜେଲରେ ରଖାଯାଇଛି । ଏହାପୂର୍ବରୁ ବିଭିନ୍ନ ଆଇନଗତ ଦିଗକୁ ନେଇ ଫାଶି ତାରିଖକୁ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି ନିର୍ଭୟା ମାମଲାରେ ୪ ଦୋଷୀ ।ସୂଚନାଥାଉ କି, ଏହା ପୂର୍ବରୁ ମଧ୍ୟ ଜେଲ୍‌ ଭିତରେ ଥିବା ଟଏଲେଟ୍‌ରେ ଗାମୁଛା ଲଗାଇ ବିନୟ ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରିଥିଲା। ହେଲେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କ ଆଖିରେ ଏସବୁ ପଡ଼ିବା ପରେ ସେମାନେ ଯାଇ ତାକୁ ଅଟକାଇଥିଲେ।
ପଢନ୍ତୁ: ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି ଓରିଓ ସେକ୍‌, କିଟ୍‌କାଟ୍‌ ସେକ୍‌

ସମ୍ବନ୍ଧିତ ଖବର

ଆଧାର କାର୍ଡ ନଥିଲେ ପାଠ ପଢ଼ିବା ମନା !

Ratnamani Maharana

ଏଣିକି ପ୍ରଥମ ଶ୍ରେଣୀରୁ ପିଲା ଶିଖିବେ ସ୍ପୋକେନ ଇଂଲିଶ

Ratnamani Maharana

ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଓଡ଼ିଶା ଝିଅ ସୁସ୍ମିତା ମହାନ୍ତି

Ratnamani Maharana

ମୂଲ୍ୟ ବୃଦ୍ଧି ଦାବିରେ ପାହାଳ ମିଠା ବଜାର ଦୁଇଦିନ ବନ୍ଦ

Ratnamani Maharana

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମିଳିଲା ନାରୀ ଶକ୍ତି ପୁରସ୍କାର

Ratnamani Maharana

ପୁଣି ଅସୁସ୍ଥ ହେଲେ ଅମିତାଭ ବଚ୍ଚନ

Ratnamani Maharana