News

ଦେବେନ୍ଦ୍ର ଫଡ଼ନାବିସଙ୍କୁ ମାଓବାଦୀଙ୍କ ଧମକ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ମାଓବାଦୀ ଦମନ ଅଭିଯାନ ଚଲାଉଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ମାଓବାଦୀମାନେ ହତ୍ୟା ଧମକ ଦେଇଛନ୍ତିି। ମାଓବାଦୀଙ୍କ ପକ୍ଷରୁ ତାଙ୍କ ନିକଟକୁ ଗତ ସପ୍ତାହରେ ଦୁଇଟି ଧମକପୂର୍ଣ ଚିଠି ଆସିଛି। ଚିଠି ଦୁଇଟିକୁ ପୁଲିସକୁ ହସ୍ତାନ୍ତର କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିବା ରାଜ୍ୟ ଗୃହ ବିଭାଗ କହିଛି।

ଗତ ଏପ୍ରିଲରେ ମାଓବାଦୀଙ୍କ ବିରୋଧରେ ଗଡ଼ଚିରୋଲିରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୩୯ ମାଓବାଦୀ ନିହତ ହୋଇଥିଲେ। ଏଥିରେ ପ୍ରତିହିଂସା ପରାୟଣ ହୋଇ ମାଓବାଦୀମାନେ ଫଡ଼ନାବିସ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ଦେଇଛନ୍ତି। ଉକ୍ତ ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ ମାତ୍ର ଅଳ୍ପ କେତେକ କମ୍ରେଡ୍‌ଙ୍କୁ ହତ୍ୟା କରିଦେଲେ ଏହି ବିପ୍ଳବ ବନ୍ଦହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଏହି ଚିଠି ଆସିଥିଲା। ଏହି ଚିଠିଟି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏବଂ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଦେବେନ୍ଦ୍ର ଫଡ଼ନାବିସଙ୍କୁ ମାଓବାଦୀଙ୍କ ଧମକ ଦେବେନ୍ଦ୍ର ଫଡ଼ନାବିସଙ୍କୁ ମାଓବାଦୀଙ୍କ ଧମକ deb

ପଢନ୍ତୁ; ବର୍ଷାଦିନେ କିପରି ଆଣିବେ ତ୍ଵଚାରେ ଚମକ? ଜାଣନ୍ତୁ କିଛି ଘରୋଇ ଟିପ୍ସ

Related posts

ଚତୁର୍ଥ ଦିନରେ ଲିଟର ପିଛା ୯ ପଇସା କମିଲା ପେଟ୍ରୋଲ ଓ ଡିଜେଲ ଦର !

ଦିଲ୍ଲୀ ସରକାରଙ୍କ ନିଷ୍ପତି ବଦଳିଛି : ଲାଗୁ କରିବେ ନାହିଁ ଅଡ-ଇଭିନ ଫର୍ମୁଲା

Krishna Kumar Manoj

ପ୍ରଶାସନ ପକ୍ଷରୁ ନୂତନ ବ୍ୟବସ୍ଥା, ଦୁର୍ଗମ ଅଞ୍ଚଳ ପାଇଁ ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More