ଦେବଯାନୀ ଙ୍କ ନୂଆ ଓଡିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦା କୁ ଆସୁଛି

ଦେବଯାନୀ ଙ୍କ ଅଭିନୀତ ନୂଆ ଓଡିଆ ସିନେମା ଅଜାତଶତ୍ରୁ ଖୁବ ଶୀଘ୍ର ପରଦା କୁ ଆସୁଛି

ଦେବଯାନୀ ଙ୍କ ନୂଆ ଓଡିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦା କୁ ଆସୁଛି । ରାୟ ମିଡିଆ କମ୍ୟୁନିକେସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ସିନେମା ଅଜାତ ଶତ୍ରୁ ରେ ସେ ଜଣେ ନବାଗତ ନାୟକଙ୍କ ବିପକ୍ଷରେ ପୁଣି ଫେରୁଛନ୍ତି ଲିଡ୍‌ରୋଲ୍‌ରେ ।ଏହି ନବାଗତ ଜଣକ ହେଲେ ସୋହମ ସିଂହ ।

ଏହି ଫିଲ୍ମରେ ଦେବଯାନୀଙ୍କ ଅଭିନୀତ ଚରିତ୍ରର ନାଆଁ  ହେଲା ନିକିତା । ସେ ଏକ ଦମଦାର ଭୂମିକାରେ ନଜର ଆସିବେ । ଏତଦ୍‌ବ୍ୟତୀତ ନବାଗତ ସାଦ୍‌ଭି ସିଂହ, ମନୋଜ ମିଶ୍ର, ଶକ୍ତି ବରାଳ, ସଲିଲ ମିତ୍ର ଓ କାଳୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ  ଭୂମିକାରେ ଅଭିନୟ କରିଛନ୍ତି । ‘ଅଜାତ ଶତ୍ରୁ ’ ର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାହିତ୍ୱ ବହନ କରିଛନ୍ତି ‘ ଚୁପ୍‌ କିଏ ରେ ଆସୁଛି ’ ଓ ‘ଅଞ୍ଜଳି’ ଫେମ୍‌ ବିଶ୍ୱଭୂଷଣ ମହାପାତ୍ର ।

ଓଲିଉଡରେ ପ୍ରବେଶ କରିବା ପୂର୍ବରୁ ଦେବଯାନୀ ଆଲବମ୍‌ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ହେଲା ‘ଆଇ ଲଭ୍‌  ମାଇଁ ଇଣ୍ଡିଆ’ ।

ସେ ନାୟିକା ସାଜି ଓଡ଼ିଆ ଛବି ‘ ରଙ୍ଗିଲା ଟୋକା ’ ଓ ‘ ଖାସ୍‌ ତୁମରି ପାଇଁ ’ ରେ ଅଭିନୟ କରିଛନ୍ତି । ବିଶେଷ କରି ଜଣାଶୁଣା ହାସ୍ୟାଭିନେତା ପପୁ ପମପମଙ୍କ ବିପକ୍ଷରେ ‘ ରଙ୍ଗୀଲା ଟୋକା ’ରେ ନାୟିକା ଭୂମିକା କରି ବେଶ୍‌ ସଫଳତା  ହାସଲ କରିଥିଲେ ।

ଦେବଯାନୀ ଙ୍କ ଅଭିନୀତ ନୂଆ ଓଡିଆ ସିନେମା ଅଜାତଶତ୍ରୁ ଖୁବ ଶୀଘ୍ର ପରଦା କୁ ଆସୁଛି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More