Entertainment

ଓଡିଆ ସିନେଜଗତର ବରିଷ୍ଠ ଅଭିନେତା ଦେବୁ ବୋଷ ଅସୁସ୍ଥ!

ଅଭିନେତା ଦେବୁ ବୋଷ ଗୁରୁତର

ବରିଷ୍ଠ ଓଲିଉଡ ଅଭିନେତା ଦେବୁ ବୋଷ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି। ହାଇଦ୍ରାବାଦରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି। ସେ ଏବେ ଆଇସିୟୁରେ ଥିବା କୁହାଯାଉଛି। ଶୁକ୍ରବାର ଅପରାହ୍ନରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ବଡ଼ ପୁଅ ସାର୍ଥକ ବୋଷ ଏହା ସୂଚନା ଦେଇଛନ୍ତି । ପୂର୍ବରୁ ସେ ଦୁଇ ଥର ହୃଦଘାତର ଶିକାର ହୋଇଥିବା ଜଣାପଡଡିଛି । ସେ ହାଇଦ୍ରାବାଦରେ ତାଙ୍କ ସାନ ପୁଅଙ୍କ ପାଖରେ ରହୁଥିଲେ। ଏହି ଖବର ଶୁଣି ତାଙ୍କ ପ୍ରସଂଶକ ଓ ଓଲିଉଡର ଅନ୍ୟ କଳାକାରମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

ଦେବୁଙ୍କର ଗୁରୁତର ହେବା କଥା ହଠାତ୍‌ ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ଓଡ଼ିଆ ଇଣ୍ଡଷ୍ଟ୍ରି ଦେବୁଙ୍କ ଶରୀରବସ୍ଥା କିପରି ଅଛି ଜାଣିବାକୁ ଚେଷ୍ଟା କରିଛନ୍ତି। ଦେବୁ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଛନ୍ତି।

ପଢନ୍ତୁ; ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ ଶୁଣାଣି

Related posts

ବିବାହ ପାଇଁ ଝିଅ ଖୋଜୁଛନ୍ତି ସଲମାନ୍ ଖାନ,ଜାଣନ୍ତୁ ଭାଇଜାନଙ୍କୁ କେମିତିକା ଝିଅ ପସନ୍ଦ !

ENO Beuro

ଖୁବଶୀଘ୍ର ମଲାଇକାକୁ ବିବାହ କରିବେ ଏହି ବଲିଉଡ ଅଭିନେତା

ENO Beuro

ଫ୍ରାଇଡେ ରିଲିଜ୍: ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର ସହ ମୁହାଁମୁହିଁ ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ୍

ENO Beuro

Leave a Comment