• Home
  • News
  • ପରଲୋକରେ ବରିଷ୍ଠ ଅଭିନେତା ଦେବୁ ବୋଷ! ତାଙ୍କ ବିଷୟରେ କିଛି ସଂକ୍ଷିପ୍ତ ବିବରଣୀ
News

ପରଲୋକରେ ବରିଷ୍ଠ ଅଭିନେତା ଦେବୁ ବୋଷ! ତାଙ୍କ ବିଷୟରେ କିଛି ସଂକ୍ଷିପ୍ତ ବିବରଣୀ

ଆରପାରିରେ ଅଭିନେତା ଦେବୁ ବୋଷ

ଓଡ଼ିଆ ସିନେ ଜଗତର ବର୍ଷିୟାନ ଅଭିନେତା ଦେବୁ ବୋଷଙ୍କ ୭୬ବର୍ଷ ବୟସରେ ପରଲୋକ ହୋଇଯାଇଛି। ହାଇଦ୍ରାବାଦସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ସବୁ ଦିନ ଲାଗି ଆଖି ବୁଜିଛନ୍ତି। ଦୀର୍ଘ ୪ ମାସ ହେବ ଅସୁସ୍ଥ ଥିଲେ ଦେବୁ ବୋଷ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ଏହା ପୂର୍ବରୁ ସେ ୨ଥର ହୃଦଘାତର ଶିକାର ହୋଇଥିଲେ। ଓଡ଼ିଆ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରି ସେ ଏକ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି।

୧୯୪୨ ମସିହା ଡିସେମ୍ବର ୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ଅଭିନେତା ଦେବୁ ବୋଷ ୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ‘କାବେରୀ’, ‘ଗଙ୍ଗଶିଉଳି’, ‘ଚକାଭଉଁରି’, ‘ସହରୀ ବାଘ’, ‘ସୁନା ଚଢ଼େଇ’, ଓ ‘ପୁଅ ମୋର କଳା ଠାକୁର’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ଦେବୁ ବୋଷ।

debubose ପରଲୋକ ପରଲୋକରେ ବରିଷ୍ଠ ଅଭିନେତା ଦେବୁ ବୋଷ! ତାଙ୍କ ବିଷୟରେ କିଛି ସଂକ୍ଷିପ୍ତ ବିବରଣୀ Debu Bose

ନିଜ ଜୀବନ କାଳରେ ଶତାଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି ସେ। ୨୦୧୪ରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ‘ରାସ୍ତା’ ହେଉଛି ତାଙ୍କ ଶେଷ ଚଳଚ୍ଚିତ୍ର।ଅଭିନୟ ବ୍ୟତୀତ ସେ ନୃତ୍ୟ କ୍ଷେତ୍ରରେ ମଧ୍ୟ ନିପୂଣ ଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ। ସେ ‘ମନଆକାଶ’ ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

ସୁନା ଚଢ଼େଇ’ ଫିଲ୍ମରେ ‘କାଳିଆ… କାଳିଆ… ନାହିଁ ଆଉ ସାହା କେହି ତୋହରି ଭଳିଆ…’ ଗୀତଟିରେ ତାଙ୍କର ସେଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରାର ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ପାରିଥିଲେ।

ଚଳଚ୍ଚିତ୍ର ବ୍ୟତିତ ‘ଦିଗନ୍ତ’ ନାମକ ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ନାଟକରେ ଅଭିନେତା ଓ ନିର୍ଦ୍ଦେଶକ ମଧ୍ୟ ସାଜିଥିଲେ। ସେ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ‘ସାରା ଆକାଶ’ ଧାରାବାହିକରେ ସେ ଅଭିନୟ କରିଥିଲେ।

ଦେବୁ ବୋଷ ଚାକିରି ମଧ୍ୟ କରୁଥିଲେ। ଇଣ୍ଡଷ୍ଟ୍ରିଆଲ୍ ଡେଭେଲପ୍‌ମେଣ୍ଟ୍‌ କର୍ପୋରେସନ୍‌ରେ ସେ ଜଣେ ଉଚ୍ଚ ପଦାଧିକାରୀ ଭାବେ କାର୍ଯ୍ୟ କରିଥିଲେ।

ପଢନ୍ତୁ; ୟୁଏଇର ୭୦୦କୋଟି ଟଙ୍କାର ସହାୟତାକୁ ନମ୍ରତାର ସହ ପ୍ରତ୍ୟାଖାନ କଲେ ଭାରତ ସରକାର

Related posts

୨୦୧୯ ମାର୍ଚ୍ଚ ସୁଧା ସବୁ ଘରକୁ ବିଜୁଳି – ମୋଦୀଙ୍କ ସୌଭାଗ୍ୟ ଯୋଜନା

Krishna Kumar Manoj

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

Krishna Kumar Manoj

ବିଜୟ ଗୋଖଲେ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More