ବିବାହ ତାରିଖ ବିଧିବଦ୍ଧ ଭାବେ ଘୋଷଣା କଲେ ଦୀପିକା ଓ ରଣବୀର

dip

ରଣବୀର ଦୀପିକା ପାଦୁକୋଣଙ୍କ ବିବାହକୁ ଦୀର୍ଘଦିନ ଧରି ଫ୍ୟାନମାନେ ଅପେକ୍ଷା କରି ରହିଥିଲେ । ଏହି ଅପେକ୍ଷାର ଏବେ ଅନ୍ତ ଘଟିଛି । ଏହି ଦୁଇ ସେଲିବ୍ରେଟି ଏବେ ବହୁତ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏମାନଙ୍କ ବିବହାର କାର୍ଡ ମଧ୍ୟ ଛପା ସରିଲାଣି । ଦୀପିକା ତାଙ୍କ କାର୍ଡକୁ ଇନଷ୍ଟାଗ୍ରାମରେ ସେୟାର କରି କହିଛନ୍ତି।

dip

ପୋଷ୍ଟ କରାଯାଇଥିବା ଫଟୋରେ ବିବାହର ତାରିଖ ନଭେମ୍ବର୧୪ ଏବଂ ୧୫ ଲେଖାଯାଇଥିବା ଦେଖାଯାଇଛି । ଏହି ଫଟୋ ପୋଷ୍ଟ ହେବା ପରେ ଦୀପ୍‌-ବୀରଙ୍କ ପ୍ରଶଂସକଙ୍କ ମନରେ ବହୁ ଦିନରୁ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି ।

ଏଥିପାଇଁ ସେମାନେ ନିଜର ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଯୋଡି ୨୦୧୩ ମସିହାରୁ ପରସ୍ପରକୁ ଡେଟ୍‌ କରି ଆସୁଛନ୍ତି। ପୂର୍ବରୁ ସେମାନେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଘୋଷଣା କରିଥିଲେ। ଏବେ ବିବାହ ତାରିଖ ଘୋଷଣା କରି ଉଭୟେ ସେମାନଙ୍କ ପ୍ରଶଂସକ ଓ ଶୁଭେଚ୍ଛୁଙ୍କୁ ଖୁସି ଖବର ଦେଇଛନ୍ତି।

ପଢନ୍ତୁ; ପ୍ରଥମ ଦିନିକିଆ: ଭାରତ ୮ ୱିକେଟରେ ବିଜୟୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More