ଦୀପବୀରଙ୍କ ବିବାହ ପରର ପ୍ରଥମ ଫଟୋ ଆସିଛି ସାମ୍ନାକୁ । ଉଭୟଙ୍କ ବିବାହକୁ ନେଇ ବଲିଉଡଠୁ ଆରମ୍ଭ କରି ପ୍ରଶଂସକ ସମସ୍ତେ ଉତ୍ସାହିତ । ହେବେ ନି ବି କାହିଁକି , ଦୀର୍ଘ ୬ ବର୍ଷ ପରେ ଏକାଠି ହେଲେ ଯେ ବଲିଉଡରୁ ସବୁଠାରୁ ସୁନ୍ଦର ଯୋଡି।
ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଚାଲୁଥିବା ଏହି ବିବାହ ଉତ୍ସବର ଫଟୋ ଏବେ ସାମ୍ନାକୁ ଆସିଛି । ସିନ୍ଧି ଓ କୋଙ୍କଣୀ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଛି । ଯାହାର ଫଟୋ ଉଭୟ ରଣବୀର ଓ ଦୀପିକା ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
ଦୀପିକାଙ୍କ ଇନ୍ଷ୍ଟାରେ ସେୟାର ହୋଇଥିବା ଫଟୋକୁ ଏକ ଘଣ୍ଟାରେ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପସନ୍ଦ କରିଥିବା ବେଳେ ରଣବିରଙ୍କୁ ୫ ଲକ୍ଷ ଲୋକ ପସନ୍ଦ କରିଥିଲେ। ଏଥିସହ ଉଭୟଙ୍କୁ ପ୍ରଶଂସକମାନେ ଅଭିନନ୍ଦନ ଜଣାଇଥିଲେ। ଅନୁଷ୍କା ଶର୍ମା, କରନ ଜୋହର, ଅଲି ଅବ୍ବାସ, ଅର୍ଜୁନ କପୁର, ପରୀଣିତି ଚେପ୍ରା, ଅର୍ଜୁନ ରାମପାଲ, ବିପାଶା ବାସୁ ପ୍ରମୁଖ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି।
ପଢନ୍ତୁ;ହକି ବିଶ୍ୱକପ୍: ୨୮ରେ କଟକରେ ରେହମାନ୍, ଟ୍ଵିଟ କରି ଖୁସି ଜାହିର କଲେ