Entertainment

ଫାଇନାଲ ହୋଇଛି ଦୀପିକା-ରଣବୀରଙ୍କ ବିବାହ ଡ଼େଟ୍! ଜାଣନ୍ତୁ କେବେ ଏବଂ କେଉଁଠି କରିବେ ବିବାହ

deep

ଦୀର୍ଘଦିନ ଧରି ପରଦା ବାହାରେ ରୋମାନ୍ସ୍‌ କରୁଥିବା ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ ବାର୍ଡ୍‌ସ ଅଭିନେତ୍ରୀ ଦୀପିକା ପାଦୁକୋନ୍ଅଭିନେତା ରଣବୀର ସିଂହ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଫିଲ୍ମ ଫେୟାର୍ସ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ଦୁହିଁଙ୍କ ବାହଘର ସ୍ଥାନ ଓ ତାରିଖ, ଏପରିକି ଗେଷ୍ଟ୍‌ ଲିଷ୍ଟ୍‌ ମଧ୍ୟ ପୋଷ୍ଟ୍‌ କରାଯାଇଛି।

ଆସନ୍ତା ୨୦ ନଭେମ୍ବରକୁ ବିବାହ କରିବେ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ଏହି ବିବାହ ଇଟାଲୀରେ ହେବ । ଏହାସହ ରଣବୀର ଓ ଦିପିକାଙ୍କ ବିବାହ ପାଇଁ ଆରମ୍ଭ ହୋଗଲାଣି ପ୍ରସ୍ତୁତି । ଏହି ବିବାହରେ ମାତ୍ର ୩୦ ବନ୍ଧୁଙ୍କୁ ଆମନ୍ତ୍ରିତ କରାଯିବ ।ତେବେ ରିପୋର୍ଟ ଅନୁସାରେ ଦୁଇ ଜଣ ବିବାହ ପାଇଁ ଇଟାଲୀର ‘ଲେକ କୋମୋ’ ଭେନ୍ୟୁ ଫାଇନାଲ କରିଛନ୍ତି । ଏକ ରିପୋର୍ଟରେ ଦିପିକାଙ୍କର ଜଣେ ବନ୍ଧୁ କହିଛନ୍ତି, ‘ଦିପିକାଙ୍କୁ ଇଟାଲି ବହୁତ ପସନ୍ଦ, ଯେଉଁଥିପାଇଁ ତାଙ୍କ ବିବାହ ଇଟାଲିରେ ହେବ’।

deep

ସୂଚନାଯୋଗ୍ୟ,୨୦୧୩ରୁ ‘ଦୀପ୍‌ବୀର’ଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିବା ବେଳେ ଏବେ ଏମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହର ତାରିଖ ଜଣାପଡିବା ପରେ ଏବେ ଏମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ପଢନ୍ତୁ;ବିବାଦରେ ବଲିଉଡର ଲୋକପ୍ରିୟ ଗାୟକ ଅଭିଜିତ ଭଟାଚାର୍ୟ୍ୟ

Related posts

ଏଥର ନୂଆ ରୂପରେ ଦେଖିବାକୁ ପାଇବେ ଲାରା ଦତ୍ତଙ୍କୁ

ENO Beuro

ଜାହ୍ନବୀଙ୍କ ପରେ ଏବେ ଖୁସି ଏହି ସୁପରଷ୍ଟାରଙ୍କ ପୁଅ ସହିତ ବଲିଉଡରେ କରିବେ ଡେବ୍ୟୁ

ENO Beuro

ପୁଣି ବାପା ହେବେ ଶାହିଦ କପୁର

ENO Beuro

1 comment

Leave a Comment