Entertainment

ବିବାହର ପବିତ୍ର ବନ୍ଧନରେ ଆବଦ୍ଧ ହେଲେ ଛୋଟପରଦାର ଏହି ରୋମାଂଟିକ୍ ଯୋଡି

ବିବାହ କଲେ ଦୀପିକା ଏବଂ ସୋଏବ୍

ଗତକାଲି ବିବାହର ପବିତ୍ର ବନ୍ଧନରେ ବାନ୍ଧି ହେଲେ ରୋମାଂଟିକ୍ ଯୋଡ଼ି ଦୀପିକା କକ୍କର୍ ଓ ସୋଏବ୍ ଇବ୍ରାଇମ୍। ସେ ଦୁହେଁ ସସୁରାଲ୍ ସିମର୍ କା’ ଧାରାବାହିକରେ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଧାରାବାହିକରେ ଦୁହେଁ ସିମର୍-ପ୍ରେମ୍ନ ନାମରେ ପରିଚିତ ଥିଲେ। ଅସ୍କ୍ରିନରେ ଲଭ୍ ଓ ରୋମାନ୍ସ କରୁ କରୁ ବାସ୍ତବ ଜୀବନରେ ବି ପ୍ରେମରେ ପଡି ଯାଇଥିଲେ ଦୁଇଜଣ। ଏବେ ଶେଷରେ ବିବାହ କଲେ ଦୀପିକା ଓ ସୋଏବ୍।

ମୁମ୍ବାଇ ଠାରୁ ବହୁ ଦୁରରେ ଭୋପାଲରେ ବିବାହ କରିଛନ୍ତି ସୋଏବ୍ ଓ ଦୀପିକା । ସୋଏବଙ୍କ ଘରେ ଅନୁଷ୍ଠିତ ହୋଇଛି ଏମାନଙ୍କ ମାରେଜ୍ । ବଲିଉଡ୍ ସିନେମା ‘ଦିଲ୍ ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ ଥିମ୍ ରହିଥିଲା ଏମାନଙ୍କ ମାରେଜର । ଯାହା ସୋଏବ୍ ଓ ଦୀପିକାଙ୍କ ପ୍ରି ୱେଡିଂ ଫଟୋସୁଟରେ ଦେଖିବାକୁ ମିଳିଛି। ଦୀପିକା ହିନ୍ଦୁ ଧର୍ମର ହୋଇଥିବା ବେଳେ ସୋଏବ୍ ମୁସଲମାନ ଧର୍ମର। କିନ୍ତୁ ହିନ୍ଦୁ ଓ ଇସଲାମ୍ ଉଭୟ ରିତିନୀତି ଅନୁସାରେ ଏମାନଙ୍କ ବିବାହ ଅନୁଷ୍ଠିତ ହୋଇଛି ।

ପ୍ରଥମେ ବନ୍ଧୁତା ଆଉ ଧିରେ ଧିରେ ପ୍ରେମରେ ପରିଣତ ହେଲା ଏମାନଙ୍କ ଫ୍ରେଣ୍ଡସିପ୍ । ପରେ ପବଲିକରେ ବି ନିଜ ସମ୍ପର୍କକୁ ନେଇ ଘୋଷଣା କଲେ ଏମାନେ । ଡ୍ୟାନ୍ସ ରିୟାଲିଟି ଶୋ ନଚ ବଲିଏରେ ଏମାନଙ୍କ ସମ୍ପର୍କକୁ ମିଳିଲା ଆଉ ଏକ ସ୍ୱିକୃତୀ । ଯେତେବେଳେ ଷ୍ଟେଜ୍ ଉପରେ ସୋଏବ୍, ଦୀପିକାଙ୍କୁ ବିବାହ ପାଇଁ ପ୍ରପୋଜ୍ କଲେ । ଟିଭିରେ ଏନଗେଜମେଂଟ୍ କରାଇଲେ । ଆଉ ଏବେ ସେ ପ୍ରକୂତରେ ବିବାହ ବନ୍ଧନରେ ବାନ୍ଧି ହେଲ।

ପଢନ୍ତୁ;

କର୍କଟ ଏବଂ ହୃଦୟ ସମ୍ବନ୍ଧିତ ସମସ୍ୟାକୁ ଦୂରକରିବାରେ ସାହାଯ୍ୟ କରିଥାଏ ଏହି ଛୋଟ ଫଳ ! ଜାଣନ୍ତୁ ଏହି ଫଳରେ ଥିବା ଉପକାରୀଗୁଣ ସମ୍ପର୍କରେ

Related posts

ଏଥର ୧୮ ବର୍ଷିଆ ଯୁବକ ଭୂମିକାରେ ଦେଖିବାକୁ ପାଇବେ ସଲ୍‌ମନ୍‌ଙ୍କୁ

ENO Beuro

ବଲିଉଡ୍‌ରେ ଡେବ୍ୟୁ କରିବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ୍‌

ENO Beuro

ଶ୍ରୀଦେବୀଙ୍କ ମୃତୁର କାରଣ କ’ଣ ? ହୃଦଘାତ ନା କସମେଟିକ ସର୍ଜରୀ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More