• Home
  • Entertainment
  • ସର୍ବସମ୍ମୁଖରେ ଅନିଲ କପୁରଙ୍କୁ କ’ଣ ପାଇଁ କ୍ଷମା ମାଗିଲେ ଦୀପିକା ପାଦୁକୋନ ଜାଣନ୍ତୁ ?
Entertainment

ସର୍ବସମ୍ମୁଖରେ ଅନିଲ କପୁରଙ୍କୁ କ’ଣ ପାଇଁ କ୍ଷମା ମାଗିଲେ ଦୀପିକା ପାଦୁକୋନ ଜାଣନ୍ତୁ ?

ସମସ୍ତଙ୍କ ସାମ୍ନାରେ ଅନିଲଙ୍କୁ କ୍ଷମା ମାଗିଥିଲେ ଦୀପିକା

ବଲିଉଡ୍‌ର ଚର୍ଚ୍ଚିତ ନାୟିକା ଦୀପିକା ପାଦୁକୋନ ଏବେ ପୁଣି ଥରେ ଚର୍ଚ୍ଚାରେ । ବମ୍ବେର ଏକ ହୋଟେଲରେ ଶନିବାର ଜିକ୍ୟୁ ଆଓ୍ବାର୍ଡ ନାଇଟ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବଲିଉଡର ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ । ହେଲେ ଏଠାରେ ଉପସ୍ଥିତ ଥିବା ବଲିଉଡ କୁଇନ୍‌ ଦୀପିକା ପାଦୁକୋନ ଓ ଅନିଲ କପୁରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମୁମ୍ବାଇରେ ଆୟୋଜିତ ହୋଇଥିବା ଏକ ପୁରସ୍କାର ଉତ୍ସବରେ ତାଙ୍କର ଅନୀଲ କପୁର୍‌ଙ୍କ ସହ ଦେଖା ହେବା ପରେ ସେ ତାଙ୍କୁ ଆଲିଙ୍ଗନ କରିଥିଲେ ।ଉଭୟ ସାମ୍ନାସାମ୍ନି ହେବା ମାତ୍ରେ ଦୀପିକାଙ୍କୁ ଅନିଲ କହିଥିଲେ ‘ଆଇ ମିସ୍‌ ୟୁ’। ହେଲେ ଏହାର ଜବାବରେ ଦୀପିକା ସମସ୍ତଙ୍କ ସାମ୍ନାରେ ଅନିଲଙ୍କୁ କ୍ଷମା ମାଗିଥିଲେ । କାରଣ ଥିଲା ଅନିଲଙ୍କ ଏକମାତ୍ର ଝିଅ ସୋନମ କପୁରଙ୍କ ବିବାହ ଉତ୍ସବରେ ଦୀପିକା ଯୋଗ ଦେଇ ପାରି ନ ଥିଲେ ।

କାରଣ ସେ ସେତେବେଳେ କାନ୍ସରେ ଥିଲେ । ଉଦ୍ଦେଶ୍ୟ ଯାହା ହେଉନା କାହିଁକି ସମସ୍ତଙ୍କ ସାମ୍ନାରେ ଦୀପିକାଙ୍କ କ୍ଷମା ମାଗିବାକୁ ନେଇ ଏକ ହାସ୍ୟରୋଳ ପରିବେଶ ସୃଷ୍ଟି ହେବା ସହ ଏହାକୁ ଆଉ ଟିକେ ରଙ୍ଗ ଦେଇଛି ଗଣମାଧ୍ୟମ । ଅବଶ୍ୟ କପୁର ପରିବାର ସହ ଦୀପିକାଙ୍କର ରହିଛି ଘନିଷ୍ଠ ସମ୍ପର୍କ । ଚଳିତବର୍ଷ ମେ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୋନମ କପୁର୍‌ ଏବଂ ଆନନ୍ଦ ଆହୁଜା। ତାଙ୍କ ବିବାହ ଉତ୍ସବରେ ଅନେକ ବଲିଉଡ୍‌ ତାରକା ଦେଖିବାକୁ ମିଳିଥିଲେ । ମାତ୍ର ବିଦେଶରେ ଥିବା ହେତୁ ଦୀପିକା ଏହି ଉତ୍ସବରେ ନଜର ଆସିନଥିଲେ ।

ସର୍ବସମ୍ମୁଖରେ ଅନିଲ କପୁରଙ୍କୁ କ’ଣ ପାଇଁ କ୍ଷମା ମାଗିଲେ ଦୀପିକା ପାଦୁକୋନ ଜାଣନ୍ତୁ ? dipika and anil

ପଢନ୍ତୁ ;

ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ !

Related posts

ସୁପ୍ରିମ କୋର୍ଟର ବଡ ନିଷ୍ପତି:ଆଉ ହେବ ନାହଁ ଶ୍ରୀଦେବୀଙ୍କ ମୃତ୍ୟୁର ଯାଂଚ

‘ ଦିଓ୍ଵାନା ହେଲି ତୋ’ ପାଇଁ ସିନେମାରେ ନୂଆ ରୂପରେ ଆସୁଛନ୍ତି ଏହି ଓଲିଉଡ ସୁନ୍ଦରୀ

Krishna Kumar Manoj

ସୁଟିଂ ସମୟରେ ଅସୁସ୍ଥ ହୋଇ ପଡିଲେ ବିଗ୍‌-ବି ଅମିତାଭ , ସ୍ୱତନ୍ତ୍ର ବିମାନରେ ଯୋଧପୁରରୁ ଆସିଲେ ମୁମ୍ବାଇ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More