Entertainment

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଦୀପିକା-ରଣବୀର , କେବେ ବିଭାହ କରିବେ ଜାଣନ୍ତୁ ?

ଖୁବ୍‌ଶୀଘ୍ର ବିବାହ କରିବେ ଦୀପିକା-ରଣବୀର

ବଲିଉଡର ଲଭବାର୍ଡ ଭାବେ ପରିଚିତ ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ଅନସ୍କ୍ରିନ ବ୍ୟତୀତ ଅଫସ୍କ୍ରିନରେ ମଧ୍ୟ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଦୁହିଁଙ୍କ ଭିତରେ ଥିବା କେମେଷ୍ଟ୍ରି ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି । ନିକଟରେ ଦୁହିଁଙ୍କ ବିବାହକୁ ନେଇ ବି ଟାଉନରେ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ଦୀପିକା ପାଦୁକୋନ ଓ ରଣବୀର କପୁର ଚଳିତ ବର୍ଷ ଶେଷ ଆଡକୁ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଶୁଣିବାକୁ ମିଳୁଛି। ଏଥିପାଇଁ ଉଭୟ ପରିବାର କଥା ହୋଇ ସାରିଥିବା ଜଣାପଡିଛି। ବେଶ୍‌ କିଛିଦିନ ହେବ ଉଭୟେ ରିଲେସନ୍‌ଶିପ୍‌ରେ ରହୁଛନ୍ତି ।

‘ପଦ୍ମାବତ୍‌’ ରିଲିଜ୍‌ ହେବା ପରେ ଉଭୟଙ୍କ ପରିବାର ଏମାନଙ୍କ ବିବାହକୁ ନେଇ କଥା ହୋଇଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ବିବାହ ତାରିଖ ନିର୍ଦ୍ଧାରଣ କରାଯାଇନାହିଁ । ଯାହା ଅନୁମାନ କରାଯାଉଛି ଆସନ୍ତା ଡିସେମ୍ବରରେ ଏମାନେ ବିବାହ କରିବେ ।

ସୁଚନାନୁସାରେ ବିରୁଷ୍କାଙ୍କ ପରି ଦୀପବୀର ମଧ୍ୟ ଡେଷ୍ଟିନେସନ ବିବାହ କରିବା ପାଇଁ ଚାହୁଁଥିଲେ କିନ୍ତୁ ପରିବାର ଅମଙ୍ଗ ହେବାରୁ ଏବେ ମୁମ୍ବାଇରେ ହିଁ ସାହାନାଇ ବାଜିବ । ନିକଟରେ ଫିଲ୍ମରୁ ବିରତି ନେଇ ଦୀପିକା ନିଜ ମା’ ଏବଂ ଭଉଣୀଙ୍କ ସହ ଗହଣା କିଣିବାରେ ବ୍ୟସ୍ତ ଥିଲେ । ବ୍ୟାକପେନ କାରଣରୁ ସେ କିଛି ଦିନ ପାଇଁ ସିନେମାରୁ ବିରତି ନେଇଥିବା ବେଳେ ରଣବୀର ଗଲ୍ଲୀବଏର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତିି ।

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଦୀପିକା-ରଣବୀର , କେବେ ବିଭାହ କରିବେ ଜାଣନ୍ତୁ ? ranveer and dipika

ପଢନ୍ତୁ ;

‘ବ୍ରାଇଡସ୍ ଟୁଡେ ମ୍ୟାଗାଜିନ’ ରେ ଭାଇରାଲ ହେଲା ଇସାବେଲ-କ୍ୟାଟ୍ରିନାଙ୍କ ବ୍ରାଇଡାଲ ଲୁକ

Related posts

୩୧ ବର୍ଷରେ ପାଦ ରଖିଛନ୍ତି ଆଶିକି ଗର୍ଲ ଶ୍ରଦ୍ଧା କପୁର! ନିଜର ଆକର୍ଷଣୀୟ ଅଭିନୟ ପାଇଁ ବଲିଉଡରେ ବେଶ ଲୋକପ୍ରିୟ

ENO Beuro

ରେଣୁକା ସାହାଣେ :‘ହମ୍‌ ଆପକେ ହୈ କୌନ୍‌’ ରିମେକରେ ବରୁଣ ଓ ଆଲିଆ ନାୟକ-ନାୟିକା ହେଲେ ଭଲ ଲାଗିବ

ENO Beuro

ଓଡିଶାରେ ଚହଳ ସୃଷ୍ଟି କଲା ମାନସ କୁମାରଙ୍କ ଗୀତ “ତିତିଲ୍ ଉଡେଇନେଲା ଇଟିଲି” ଦେଖନ୍ତୁ ଏହାର ଷ୍ଟୁଡିଓ ଭର୍ସନ

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More